ଚୈତ୍ର ବାସନ୍ତୀକ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0 64

ପାଟଣାଗଡ : ପଶ୍ଚିମଓଡିଶାର ପ୍ରମୁଖ ହରିଶଙ୍କର ତିର୍ଥସ୍ଥଳୀ ମାଁ ବିନ୍ଧ୍ୟବାସନୀ ମନ୍ଦିର ପ୍ରାଙ୍ଗଣରେ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ଚୈତ୍ର ବାସନ୍ତୀକ ପୂଜା ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷିତ ହୋଇଯାଇଛି । ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ର ଶେଖର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ଚୈତ୍ର ମାସରେ ସମାଜର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ପୀଠରେ ଚୈତ୍ର ବାସନ୍ତୀକ ପୂଜାନୋତ୍ସବ ଆସନ୍ତା ଏପ୍ରିଲ ୧୪ ଗୁରୁବାର ଦିନକଳସ ଯାତ୍ରା, ୧୫ତାରିଖ ଶୁକ୍ରବାର ଦିନ ଅଖଣ୍ଡ ଦୀପ ପ୍ରଜ୍ଜଳନ ଓ ୧୬ ତାରିଖ ଶନିବାର ଦିନ ମହାଭୋଗ ଅର୍ପଣ ଆଦି ତିନି ଦିନ ଧରି ପୂର୍ବ ନିତି କାନ୍ତି ବିଧି ପୂର୍ବକ ପୂଜାର୍ଚ୍ଚନା ସହ ପାଳନ କରିବା ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ର ଚୈତ୍ର ବାସନ୍ତିକ ପୂଜାନୋତ୍ସବରେ ବ୍ଳକ ଉପସଭାପତି କେଶବ ବରିହା ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମା ବରିହା ପୂଜାକର୍ତ୍ତା ଭାବେ ଚୟନ କରାଯାଇଥିଲା । କରୋନା କଟଣା ଯୋଗୁ ଦୁଇ ବର୍ଷ ଧରି ସମାଜର ସାମାଜିକ ସଭା,ଅନ୍ୟ କାର୍ଯ୍ୟକ୍ରମ ହୋଇ ପାରିନଥିଲା । ପ୍ରତ୍ୟେକ ଗାଁ ସ୍ତରରରୁ ସମାଜ ସମାଜିକ ବୈଠକ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଚୈତ୍ର ବାସନ୍ତିକ ଯାତ୍ରା ପାଇଁ ଚାନ୍ଦା ସଂଗ୍ରହ ପାଇ ଲିଫଲେଟ ମାଧ୍ୟମରେ ଜିଲ୍ଲାର ୧୪ ଗୋଟି ବ୍ଳକର ସଭାପତି,ପ୍ରତ୍ୟେକ ଗାଁର ସଭାପତି,ପଞ୍ଚାୟତ ସଭାପତିଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମନ୍ଦିର ନିର୍ମାଣ ଓ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବିଂଝାଲ ସମାଜର ଜାତୀୟ ସାମାଜିକ ସମସ୍ୟା, ସଂଗଠନ, ସମାଜ ସୁଦୃଢ ମଜବୁତ, ପରମ୍ପରା, ସଂସ୍କୃତି ,ହକ୍‌ଅଧିକାର , ଶିକ୍ଷା, ସ୍ୱାସ୍ଥ୍ୟ ନିଶା ନିବାରଣ ,ଆଗାମୀ ଦିନର କାର୍ଯ୍ୟ ପନ୍ଥା ପ୍ରସ୍ତୁତ ପାଇଁ ଏପ୍ରିଲ ୨୬ ତାରିଖ ଦିନ ଦମାଇଁପାଲି ପଞ୍ଚାୟତ କେଛୋବାହାଲ ଗ୍ରାମଠାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ବସିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଖପ୍ରାଖୋଲ ବ୍ଳକ ଉପସଭାପତି କେଶବ ବରିହା, ନାରୀ ନେତ୍ରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୀତୟା ବାଗ, ଜିଲ୍ଲା ମିଡିଆ ସେଲ ସଂଯୋଜକ ଗୋରେଖ ନାଥ ବରିହା, ପାଣ୍ଡବ ବରିହା,ନାନ୍ଦୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା ,ବ୍ଳକ ସଂପାଦକ ବିମଳ ବରିହା, କୋଷାଧ୍ୟକ୍ଷ ବିପିନ ବରିହା, ବିରଞ୍ଚି ବରିହା, ଚୁମନ ବରିହା, ପୂଜକ ସତ୍ୟନାରାୟଣ ବରିହା, ପିଛାଲୁ ବରିହା, ଜିଲ୍ଲା ଚପରାଶି ମିନୁ କମଳିଆଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ନାନ୍ଦୁପଡା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା ସଭାପରିଚାଳନା କରିଥିବାବେଳେ ବିପିନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

18 + 11 =