ନୂତନ ପୋଲିସ୍‌ ମହାନିର୍ଦ୍ଦେଶକଙ୍କ ପ୍ରଥମ ଦିନିକିଆ କନ୍ଧମାଳ ଗସ୍ତ, ମାଓପ୍ରବଣ ଅଞ୍ଚଳରେ ସ୍ଥିତି ପରଖିଲେ

0 303

ବାଲିଗୁଡ଼ା:ପୋଲିସ୍‌ ମହାନିର୍ଦ୍ଦେଶକ ସୁନିଲ୍‌ ବଂଶଲଙ୍କ କନ୍ଧମାଳକୁ ପ୍ରଥମ ଦିନିକିଆ ଗସ୍ତ । ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ବେଲଘର ଥାନା ଲଙ୍କାଗଡ଼ ଗସ୍ତ କରି ନୂତନ ଭାବେ ନିର୍ମାଣ ଚାଲିଥିବା ସିଆରପିଏଫ୍‌ କ୍ୟାମ୍ପ କାର୍ଯ୍ୟ ଅନୁଧ୍ୟାନ କରି ଫେରିଛନ୍ତି । ଏହି ଅବସରରେ ଅପରାହ୍ନ ଦୁଇଟା ସମୟରେ ହେଲିକପ୍ଟରରୁ ପୋଲିସ ଡିଜି ଓହ୍ଲାଇବା ପରେ ଗ୍ରାମବାସୀ ପ୍ରଥମେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ ଡିଜି ବଂଶଲ ଅଞ୍ଚଳବାସୀଙ୍କୁ କମ୍ବଳ,ଶାଲ୍‌, ଶାଢ଼ୀ,ସାର୍ଟ ଏବଂ ଖେଳ ସାମଗ୍ରୀ ପୋଲିସ୍‌ ପକ୍ଷରୁ ବାଣ୍ଟିଥିଲେ ଏବଂ ପୋଲିସ ସବୁବେଳେ ଆପଣଙ୍କ ସାଥିରେ ଅଛି । ପୋଲିସକୁ ଭୟ କରିବା ଆବଶ୍ୟକ ନାହିଁ ବୋଲି କହିଥିଲେ । ଏହାପରେ ମାଓପ୍ରବଣ ଅଞ୍ଚଳରେ ସବୁବେଳେ ମାଓବାଦୀଙ୍କ କାର୍ଯ୍ୟକଳାପ ଓ ଗତିବିଧି ପ୍ରତି କଡ଼ା ନିଜର ରଖିବାକୁ ପୋଲିସ୍‌ ଫୋର୍ସକୁ ନିର୍ଦ୍ଦେଶ ଦେବା ପରେ ଅପରାହ୍ନ ତିନିଟା ସମୟରେ ପୁଣି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଗସ୍ତରେ ଅତିରିକ୍ତ ଡିଜିପି ଆର.କେ. ଶର୍ମା, ଗୁଇନ୍ଦା ନିଦ୍ଦେର୍ଶକ ସଞ୍ଜିବ୍‌ କୁମାର, ଆଇଜିପି ଅପରେସନ୍‌ ଅମିତାଭ ଠାକୁର, ଆଇଜିପି ବ୍ରହ୍ମପୁର ସତ୍ୟବ୍ରତ ଭୋଇ,ଡିଆଇଜି ଅନିରୁଦ୍ଧ ସିଂହ, ଆଇଜିପି ବିଏସଏଫ ଏମ୍‌ ସି ବୁଡାକୋଟି, କନ୍ଧମାଳ ଏସପି ତିନିଥର ଅଗ୍ରୱାଲ, ବାଲିଗୁଡ଼ା ଏସଡିପିଓ ଜି ଆର୍‌ ରେଡ୍ଡୀ ଓ ଡେପୁଟି କମାଣ୍ଡାଣ୍ଟ ୧୨୭ ବାଟାଲିୟନ ସିଆରପିଏଫ୍‌ ବାଲିଗୁଡ଼ା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − seven =