କେନାଲ ସଫା ନ ହେବାରୁ ଚାଷୀ ପାଇପାରୁନି ଜଳସେଚନ

0 112

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ରାମସାଗରର ବିଭିନ୍ନ କେନାଲ ଗୁଡିକ ଘାସ ଲଟା ବୁଦାରେ ପରିପୂର୍ଣ୍ଣ ହେଉଛି । ଯାହା ଫଳରେ ଚାଷୀଙ୍କ ଜମିକୁ ଜଳସେଚନ ହୋଇପାରୁନି । କେନାଲକୁ ସୁଇଚ ଗେଟ ଦ୍ୱାରା ବନ୍ଦ କରାଯାଇଛି । ଯାହା ଫଳରେ ଚାଷୀ ଧାନ ଜମିକୁ ଜଳସେଚନ କରିବାରେ ଅସମର୍ଥ ହେଉଛି । ବର୍ତ୍ତମାନ ଛୋଟ କିସମର ଧାନ ବାହାରୁ ଥିବା ବେଳେ ବଡ଼ କିସମର ଧାନ ବାହାରିବା ସମୟରେ ଜଳର ଆବଶ୍ୟକତା ଥିବା ସମୟରେ ଚାଷି ଜମିକୁ ଜଳ ନ ମିଳିବା ଦ୍ୱାରା ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । କ୍ଷୁଦ୍ର ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ଚାଷି ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

six − 3 =