ପ୍ରଗଳପୁରଠାରେ ମହାସମାରୋହରେ ପାଳିତ ହେଲା ବୁଦ୍ଧ ପୂର୍ଣ୍ଣିମା

0 226

ହରଭଙ୍ଗା : ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା ବା ଚନ୍ଦନ ଯାତ୍ରା । ବୁଦ୍ଧଙ୍କ ନାମରୁ ବୌଦ୍ଧ ନାମ ହୋଇଥିବା ଯୋଗୁଁ ବୌଦ୍ଧ ଜିଲ୍ଲାରେ ବହୁ ସ୍ଥାନରେ ବୌଦ୍ଧ କୀର୍ତ୍ତ ରାଜି ଦେଖିବାକୁ ମିଳେ । ଜିଲ୍ଲାର ହରଭଙ୍ଗା ବ୍ଲକର ପ୍ରଗଳପୁର, ଶ୍ୟାମସୁନ୍ଦରପୁର ଓ କେଳାକଟା ସ୍ଥିତ ଭୀମ ପାହାଡ଼ଠାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ପୂଜା ପାଠ ହୋଇଥିବା ଦେଖିବାକୁ ମିଳିଛି । ଏହି ଉପଲକ୍ଷେ ଶ୍ୟାମସୁନ୍ଦରପୁର, ପ୍ରଗଳପୁର, ଶାଲକଟା ଠାରେ ମଧ୍ୟ ପାରମ୍ପରିକ ଭାବେ ବୁଦ୍ଧ ପୂର୍ଣ୍ଣିମା ବା ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନ୍ୟପଟେ ବୌଦ୍ଧ ସ୍ଥିତ ବୁଦ୍ଧ ପାର୍କ ଠାରେ ଭଗବାନ ବୁଦ୍ଧଙ୍କ ପ୍ରତି ମୂର୍ତ୍ତି କୁ ରୀତିନୀତି ସହ ପୂଜାର୍ଚ୍ଚନା ହୋଇଯାଇଛି । ବୁଦ୍ଧ ଜୟନ୍ତୀ ପରିପେକ୍ଷୀରେ ଜିଲ୍ଲାର ପ୍ରଗଳପୁର ଠାରେ ଗ୍ରାମବାସୀଙ୍କ ଦ୍ୱାରା ୧୮ତାରିଖ ଆରମ୍ଭ ହୋଇ ଆଜକୁ ୬ ଦିନ ଧରି ନାମ ସଂକୀର୍ତ୍ତନ, ବିଭିନ୍ନ ନାଚ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ ନାଟକ ସହ ମିନା ବଜାରର ଆକର୍ଷଣ ଦର୍ଶକଙ୍କୁ ବେଶଆକର୍ଷିତ କରିଥିବା ବେଳେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିବା ଦେଖିବାକୁ ମିିଳିଥିଲା ।

hiranchal ad1
Leave A Reply

Your email address will not be published.

19 − five =