କନ୍ଧମାଳରେ ଦୁଇଟି ନୂଆ ପର୍ଯ୍ୟଟନ ସ୍ଥଳର ସନ୍ଧାନ

0 394

ଫୁଲବାଣୀ: ଖଜୁରିପଡା ଠାରୁ ଭୁବନେଶ୍ୱର ଅଭିମୁଖେ ୪ ରୁ ୫ କିଲୋମିଟର ପରେ ବାମ ପାର୍ଶ୍ୱରେ ଏକ ଛୋଟିଆ ପୋଖରୀ ପଡେ । ସେହି ପୋଖରୀର ଦକ୍ଷିଣ କଡ଼ରେ ଏକ ପାଦଚଲା ରାସ୍ତା ଯାହା ଗାଈ, ବଳଦ ଏବଂ ଛେଳି, ମେଣ୍ଢାଙ୍କ ଦ୍ୱାରା ସୃଷ୍ଟି ହୋଇ ଲମ୍ବି ଯାଇଛି ପାଖ ଜଙ୍ଗଲ ଆଡ଼କୁ । ସେହି ରାସ୍ତାରେ ପ୍ରାୟ ଏକ କିଲୋମିଟର ଜଙ୍ଗଲ ଭିତରକୁ ଗଲେ ପଡେ ଏକ ଛୋଟ ଜଳପ୍ରପାତ । ସେହି ଜଳପ୍ରପାତର ଧାରେଧାରେ ପ୍ରାୟ ଶହେ ମିଟର ତଳକୁ ଖସିଲେ ପଡ଼ିବ ଏକ ବଡ଼ ଜଳପ୍ରପାତ ଯାହାକୁ ସ୍ଥାନୀୟ ଲୋକେ ଡଙ୍ଗାଧର ବା ଡଙ୍ଗାଦର୍‌ ବୋଲି କହନ୍ତି । ସ୍ଥାନଟି ଖୁବ୍‌ ସୁନ୍ଦର ଓ ମନୋରମ । ଶାନ୍ତ ଓ ଶୀତଳ ପରିବେଶ ମଧ୍ୟରେ ଅବସ୍ଥିତ ଜଳପ୍ରପାତଟି ବର୍ତ୍ତମାନ ସୁଦ୍ଧା ଲୋକ ଲୋଚନକୁ ଆସି ପାରିନାହିଁ । ପ୍ରଶାସନ ଉକ୍ତ ସ୍ଥାନକୁ ଯଦି ରାସ୍ତାଟିଏ ନିର୍ମାଣ କରିବା ବ୍ୟବସ୍ଥା କରନ୍ତେ ତେବେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳି ହେଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ସ୍ଥାନୀୟ ଜଣେ ଛାତ୍ର କରୁଣାକର ମଲ୍ଲିକ ଯିଏ ପୋଖରୀ କୂଳରେ ଗାଈ-ବଳଦ ଚରେଇବା ପାଳି କାର୍ଯ୍ୟ କରୁଥିଲେ, ସେ ସହଯୋଗ କରିବାରୁ ଆମେ ସେଠାରେ ପହଞ୍ଚି ପାରିଥିଲୁ ବୋଲି ଗବେଷକ ଡଃ ଚିତ୍ତରଞ୍ଜନ ମିଶ୍ର ଓ ଡଃ ତୈଲୋକ୍ୟ ନାଥ ସେନାପତି ପ୍ରକାଶ କରିଛନ୍ତି ।

hiring


ମୁଖ୍ୟରାସ୍ତାର ଡାହାଣ ପାର୍ଶ୍ୱରେ ଏକ ବିଚିତ୍ର ପାହାଡ ରହିଛି ଯାହାକୁ ସ୍ଥାନୀୟ ଲୋକେ କଟାପଥର ପାହାଡ ବୋଲି କହନ୍ତି,କାରଣ ଉକ୍ତ ପାହାଡ଼ର ସମସ୍ତ ପଥର ପ୍ରକୃତି ଦ୍ୱାରା ସଠିକ୍‌ ମାପର ବ୍ୟବଧାନରେ କଟା ଯାଇଛି । ଯେଉଁ ପଥର କାଟି ହେଇନି ତାହା ଭବିଷ୍ୟତରେ କାଟି ହେବାପାଇଁ ଚିହ୍ନିତ ହେଇ ରହିଛି । ଏହା ମଧ୍ୟ ଏକ ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ । ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଉପଭୋଗ୍ୟ ସ୍ଥାନ । ଗବେଷକ ଡଃ ଚିତ୍ତରଞ୍ଜନ ମିଶ୍ର ଓ ଡଃ ତୈଲୋକ୍ୟ ନାଥ ସେନାପତି ଏହାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ସବୁ ସ୍ଥାନକୁ ଯାଇ ଫଟୋ ଉତ୍ତୋଳନ କରି ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five − two =