ହର୍ଷ ଉଲ୍ଲାସର ସହ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ

0 125

ନବରଙ୍ଗପୁର: ନବରଙ୍ଗପୁର ସହରର ବିଭିନ୍ନ ମନ୍ଦିର ଓ ମଠରେ ଝିପି ଝିପି ବର୍ଷା ସତ୍ତେ୍ୱ ଶହ ଶହ ଭକ୍ତଙ୍କ ସମାଗମରେ ହର୍ଷୋଲ୍ଲାସିତରେ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସର୍ବପୁରାତନ ଶ୍ରୀ ଚୈତନ୍ୟ ଦେବ ମନ୍ଦିରରେ ପ୍ରବଳ ଜନସମାଗମ ଦେଖା ଦେଇଥିଲା । ମନ୍ଦିରରେ ମଧ୍ୟରାତ୍ରୀରେ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀ ବାଳକୃଷ୍ଣଙ୍କ ମୂର୍ତ୍ତିଙ୍କୁ ଝୁଲାଇବା ପାଇଁ ପ୍ରବଳ ଆଗ୍ରହ ଦେଖା ଯାଇଥିଲା । ଚାଉଁରିଆଗୁଡ଼ା ସ୍ଥିତ ଶ୍ୟମାଶ୍ୟାମ କଲୋନୀ ଠାରେ ଥିବା ରାଧେ ରାଧେ କୃପାଳଜୀ ମହାରାଜ ମନ୍ଦିରରେ ଅହୋରାତ୍ର କୃପାଲଜୀ ମହାରାଜାଙ୍କ ଭଜନ ଗାୟନ କୀର୍ତ୍ତନ ଚାଲିରହିଥିବା ବେଳେ ନନ୍ଦଉତ୍ସବରେ ଭକ୍ତିଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଶ୍ରୀ ମାତା ମଠଠାରେ ଶ୍ରୀ କୁଞ୍ଜବିହାରୀଙ୍କ ଜନ୍ମୋତ୍ସବ ପାଳନ ଅବସରରେ ସଙ୍କୀର୍ତ୍ତନ ଓ ମଧ୍ୟରାତ୍ରିରେ ଜନ୍ମ ପୂଜନ ମହୋତ୍ସବ ପାଳିତ ହୋଇ ଯାଇଛି । ନନ୍ଦଉତ୍ସବରେ ଛୋଟ ଛୋଟ ପିଲାଙ୍କୁ ଶ୍ରୀ କୃଷ୍ଣ ବେଶରେ ଦହି ହାଣ୍ଡି ଭାଙ୍ଗିବା ପରେ ଶହ ଶହ ଭକ୍ତଙ୍କୁ ଅନ୍ନ ପ୍ରସାଦ ସେବନ କରିବାର ସୌଭାଗ୍ୟ ପ୍ରାପ୍ତି ହୋଇଥିଲା । ବ୍ଲକ ଅଫିସ ପାଖରେ ଥିବା ଶ୍ରୀ ରାଧେ କୃଷ୍ଣ ମନ୍ଦିର ଠାରେ ବାଳକୃଷ୍ଣଙ୍କ ଜନ୍ମ ଉତ୍ସବ ଶହଶହ ଭକ୍ତଙ୍କ ସମାଗମରେ ପାଳନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one + 10 =