ଡେଙ୍ଗାସଖାଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ

0 95

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାସଖାଲ ପଞ୍ଚାୟତ ପରିସରରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମ ଦେବ ସିଂ, ଏସ ଡି ପି ଓ ଦିଲ୍ଲୀପ କୁମାର ନାୟକ, ବିଡ଼ିଓ ତପସ୍ୱିନୀ ହାନ୍ସଦା, ବ୍ଲକ ଅଧ୍ୟକ୍ଷ ରଞ୍ଜିତ ଶବର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀରେ ସର୍ବ ମୋଟ ୧୩୨ଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ୬୯ ଟି ଅଭିଯୋଗ ଆସିଥିଲା ବେଳେ ୬୩ ଟି ସାମୂହିକ ଅଭିଯୋଗ ଆସିଥିଲା । ୪୨ଟି ଅଭିଯୋଗର ତୁରନ୍ତ ପଦକ୍ଷେପ ନେଇ ସମାଧାନ କରାଯାଇଛି । ଅନ୍ୟ ଅଭିଯୋଗ ଗୁଡିକ ତୁରନ୍ତ ସମାଧାନ ସକାଶେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମାଧାନ ସକାଶେ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳର ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ବିଦ୍ୟାଳୟ କୋଠା, ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ ପାଇଁ ଲୋକେ ଦାବି କରିଥିଲେ । ୨୨ ଜଣଙ୍କୁ ଜିଲ୍ଲା ରେଡ୍‌ କ୍ରସ ପାଣ୍ଠିରୁ ଚିକିତ୍ସା ସହାୟତା ବାବଦରେ ୩୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଖଗେଶ୍ୱର ଭୂୟାଁ, ମୋହନା ଦାୟିତ୍ୱରେ ରହି ଥିବା ଆର ଉଦୟଗିରି ତହସିଲଦାର ଜ୍ୟୋତିମୟ ଦାସଙ୍କ ସମେତ ବ୍ଲକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

12 − five =