କୁଇ ସମାଜ ସେବା ସମିତି ପକ୍ଷରୁ ନବ ନିର୍ବାଚିତ ସରପଞ୍ଚମାନଙ୍କ ତାଲିମ କାର୍ଯ୍ୟକ୍ରମ

0 96

ଫୁଲବାଣୀ :ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ଫୁଲବାଣୀବିଧାୟକ ଅଙ୍ଗଦ କହଁର ଅତିଥିଭାବେ ଯୋଗଦେଇ ନିଜର ସରପଞ୍ଚ ଓ ସମିତି ଅଧ୍ୟକ୍ଷ ସମୟର ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥିଲେ । କୁଇ ସମାଜ ସେବା ସମିତି ଫୁଲବାଣୀ ସଭାପତି ସୁଦର୍ଶନ କହଁରଙ୍କ ପୌରୋହିତ୍ୟରେ ଫୁଲବାଣୀ ବିଧାନସଭା ମଣ୍ଡଳୀର ସରପଞ୍ଚ ମାନଙ୍କ ତାଲିମ କରାଯାଇଛି । ସମ୍ପାଦକ ଅବନିଶ୍ୱର କହଁର କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପଞ୍ଚାୟତରେ ଡିଜିଟାଲ ବ୍ୟବସ୍ଥା କାର୍ଯ୍ୟକ୍ରମ ସମ୍ପର୍କରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଉମାଚରଣ ନାୟକ ସୂଚନା ଦେଇଥିଲୋ । ପଞ୍ଚାୟତିରାଜ ବିଭାଗ ସହ ଅନ୍ୟ ଦଶଟି ବିଭାଗର ସହଭାଗିତାରେ କାର୍ଯ୍ୟ ପଞ୍ଚୟତ ସ୍ତରରେ କିପରି ସୂଚାରୁରୂପେ ହୋଇପାରିବ ସେ ସମ୍ପର୍କରେ ସରପଞ୍ଚ ମାନେ ସମନ୍ୱୟ ରଖି କାର୍ଯ୍ୟ କରିବା ଆବଶ୍ୟକା । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସରକାରୀ କର୍ମଚାରୀ ମାନେ ଲୋକପ୍ରତିନିଧିମାନଙ୍କୁ ସହଯୋଗ କରି ସ୍ୱଚ୍ଛତାର ସହ କାର୍ଯ୍ୟ କରିବା ଆବଶ୍ୟକ । ଫୁଲବାଣୀ ମିଳିତ ନାଗରିକ କମିଟିର ଆବାହକ ସମାଜସେବୀ ଅଶୋକ ପରିଡା ତାଲିମ ପ୍ରଦାନ କରିବା ଅବସରରେ ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜ, ପଞ୍ଚାୟତର ଉତ୍ପତ୍ତି, ତ୍ରିସ୍ତରୀୟ ପଞ୍ଚାୟତ ରାଜ,୭୩ତମ ସମ୍ବିଧାନ ସଂଶୋଧନ, ଗ୍ରାମ ସଭା, ପଲୀସଭା, ଗ୍ରାମ ପଞ୍ଚାୟତ ବୈଠକ, ପଞ୍ଚାୟତର କାର୍ଯ୍ୟ, ଅର୍ଥ କମିଶନ, ଲଘୁବନଜାତ ଦ୍ରବ୍ୟର ଦର ନିୟନ୍ତ୍ରଣ, ପେସା ଆଇନ ଇତ୍ୟାଦି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଆଦିବାସୀ ଉପଯୋଜନା ଅର୍ଥ ଖର୍ଚ୍ଚ ନେଇ ଆଲୋଚନା ହୋଇଥିଲା । ପଞ୍ଚାୟତ ସଦସ୍ୟଙ୍କ ନିମନ୍ତେ ବିଭିନ୍ନ ଆଇନଗତ ଦିଗ, ପଞ୍ଚାୟତ ଆଇନର ଦୁରୁପଯୋଗ, ଅର୍ଥ କାରବାରରେ ଅନିୟମିତତା ସମ୍ପର୍କରେ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ସୂଚନା ଦେଇଥିଲେ । ପ୍ରତି ବ୍ଲକରେ ବିଧାୟକ ଗୋଟିଏ ଦିନ ଲେଖାଏଁ ଜନ ଶୁଣାଣି ପାଇଁ ଅନୁରୋଧ କରାଯାଇଥିଲା । ପ୍ରତି ପଞ୍ଚାୟତରେ କୁଇ ସମାଜ ପାଇଁ ଏକ ସଭାଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଖାଲିପଡିଥିବା ୱାର୍ଡ ସଭ୍ୟ ପଦବୀ ପୂରଣ ପାଇଁ ଆଲୋଚନା କରାଯାଇଥିଲା । ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟସଭ୍ୟା ଯୋଗ ଦେଇ ମତାମତ ଉପସ୍ଥାପନ କରିଥିଲେ । ଦେବ ନାରାୟଣ ପ୍ରଧାନଙ୍କ ସମେତ ଫୁଲବାଣୀ ବିଧାୟକ ପ୍ରତିନିଧି ନିଳାମ୍ବର କହଁର ସହ କୁଇ ସମାଜ ଯୁବ ପରିଷଦର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର ଓ ଖଜୁରିପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନିମା କହଁର ଯୋଗଦେଇ ମତ ରଖିଥିଲେ । ପଞ୍ଚାନନ କହଁର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

one + 8 =