ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୨୫ ଶିଶୁ,ସୁବିଧାରେ ମିଳୁନି ରକ୍ତ

0 148

ଦଶପଲ୍ଲା : ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୨୫ ଜଣ ଶିଶୁ ଏବଂ ସେମାନଙ୍କ ଅଭିଭାବକମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାକୁ ଆସିଛନ୍ତି । ଶିଶୁମାନେ ଥାଲାସେମିଆ ଭଳି ଦୂରାରୋଗ୍ୟରେ ଆକ୍ରାନ୍ତ ଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ଅଣଦେଖା ଓ ଅବହେଳା ନେଇ ସେମାନେ ଅଭିଯୋଗ କରିଛନ୍ତି । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କଠାରୁ ବାରମ୍ବାର ହତୋତ୍ସାହିତ ହେବା ପରେ ଶିଶୁ ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଥାଲାସେମିଆ ଆକ୍ରାନ୍ତ ଶିଶୁମାନଙ୍କ ପାଇଁ ବର୍ଷରୁ ୬ରୁ ୮ଟି ରକ୍ତର ଆବଶ୍ୟକତା ପଡୁଥିବା ବେଳେ ନୟାଗଡ ସ୍ୱାସ୍ଥ୍ୟ ବିଭାଗ ରକ୍ତ ଯୋଗାଇ ଦେବାରେ ଅବହେଳା କରୁଛନ୍ତି । ରକ୍ତଦାତା ଆଣ ରକ୍ତ ନେବ କହି ହତୋତ୍ସାହିତ କରାଯାଉଛି । ପ୍ଲାଜାମ ଅଲଗା କରି ରକ୍ତ ଦେବା ପାଇଁ ବ୍ୟବସ୍ଥା କରାଯାଉନାହିଁ । ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କର୍ଣ୍ଣକାତ କରୁନାହାନ୍ତି । ଯାହାକୁ ନେଇ ଶିଶୁମାନଙ୍କ ଜୀବନ ବିପଦରେ ଥିବା ଅଭିଭାବକମାନେ ଅଭିଯୋଗ କରୁଛନ୍ତି । ବର୍ଷକୁ ୫ ହଜାର ୟୁନିଟ ରକ୍ତ ନୟାଗଡ ଜିଲ୍ଲାରେ ସଂଗ୍ରହ କରାଯାଉଥିବା ବେଳେ ଏହାକୁ ଘରୋଇ କ୍ଲିନିକ ଏବଂ ଅନ୍ୟ ଜିଲ୍ଲାକୁ ମୋଟା ଅଙ୍କର ଫାଇଦାରେ ଚାଲାଣ କରାଯାଉଛି । ଫଳରେ ଥାଲାସେମିଆ ଶିଶୁମାନେ ରକ୍ତ ଅଭାବର ଶିକାର ହୋଇ ଅଧିକ ବିପଦଗ୍ରସ୍ତ ହେଉଛନ୍ତି । ନୟାଗଡ ରକ୍ତ ଭଣ୍ଡାରରେ ବେଫିକର ଭାବେ କାର୍ଯ୍ୟ କରାଯାଉଥିବା ଏବଂ ଅଧିକାରୀଙ୍କ ଏଥିପ୍ରତି କତୃତ୍ୱ ନଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହା ସହିତ ଆବଶ୍ୟକୀୟ ଔଷଧ ଏବଂ ଅନ୍ୟାନ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ରୋଗାଗ୍ରସ୍ତ ଶିଶୁଙ୍କୁ ମାସିକ ସହାୟତା ବ୍ୟବସ୍ଥା କରିବା ସହ ସେମାନଙ୍କ ଜୀବନ ଜୀଇବା ପାଇଁ ସୁଯୋଗ ଦିଆଯାଉ ବୋଲି ଅଭିଭାବକମାନେ କହିଛନ୍ତି । ସୁବିଧାରେ ରକ୍ତ ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆର୍କଷଣ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 5 =