ନୂଆଁଖାଇ ଭେଟଘାଟ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି

0 80

ବଲାଙ୍ଗୀର: ସହର ନିକଟସ୍ଥ ରାମେଶ୍ୱର ରାମଚଣ୍ଡି ମନ୍ଦିର ହର୍ଡାଟାଲ ଠାରେ ବାବା ବିଶାଶହେ କୁଲତା ସମାଜର ନୂଆଖାଇ ଭେଟଘାଟ ଧୁମ୍‌ଧାମରେ ପାଳନ କରାଯାଇଥିଲା । ଇଷ୍ଟଦେବ ରାମେଶ୍ୱର ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାମଜର ଲୋକଙ୍କ ସାମଗ୍ରୀକ ଉନ୍ନତି ପାଇଁ ଭିନ୍ନ ଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସମାଜ ସଂଗଠନକୁ ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବା ନିଷ୍ପତ୍ତି ଓ ଘୋଷଣା କରାଯାଇଥିଲା । ଆସନ୍ତା ଅକ୍ଟୋବର ୭,୮ ଓ ୯ ତାରିଖ ୩ଦିନ ବ୍ୟାପି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟଯେ, ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମ ବିଭିନ୍ନ ସାମାଜିକ, ସାଂସ୍କୃତିକ ଇତ୍ୟାଦି ସମସ୍ତ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଥାଏ । ନୂଆଁଖାଇକୁ ମାସାଧିକ ସମୟ ଭିନ୍ନ ସଂଗଠନ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସହ ସହ ପାଳନ କରିଥାନ୍ତି । ବାବା ବିଶାମହେ ତୈଳିକ ସମାଜ ନୂଆଁଖାଇ ଭେଟଘାଟ ପାଳନ ପରସ୍ପର ମଧ୍ୟରେ ଭାବଗତ ସଂପର୍କକୁ ମଜଭୁତ କରିବ ବୋଲି ଉପ ସଭାପତି ଜୟସିଂ ପଧାନ, ସଂପାଦକ ମଧୁସୂଦନ ନାଏକ ପ୍ରମୁଖ ମତାମତ ରଖିଥିଲେ । ମହେନ୍ଦ୍ର ପଧାନ, ଶତୃଘ୍ନ ଭୋଇ, ଦେବ ପଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 + 3 =