କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

0 75

ମୁମ୍ବାଇ: ଚାଲିଗଲେ ସମସ୍ତଙ୍କ ପ୍ରିୟ ‘ଗଜୋଧର ଭୟା’ ଓରଫ୍‌ ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ଦୀର୍ଘ ୪୧ ଦିନର ସଙ୍ଘର୍ଷ ପରେ ଆଖିବୁଜିଲେ ରାଜୁ। ୫୮ ବର୍ଷ ବୟସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହୃଦ୍‌ଘାତ ପରେ ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା।

ଅଗଷ୍ଟ ୧୦ ତାରିଖରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ ରାଜୁ। ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେହି ଦିନ ହିଁ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। କିନ୍ତୁ ତାଙ୍କ ଚେତା ଫେରିନଥିଲା। ସେ କୋମାକୁ ଚାଲି ଯାଇଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା।

hiring

କିଛି ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ନେଇ ଡାକ୍ତରମାନେ ସୂଚନା ଦେଇଥିଲେ। ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା। ଏମିତିକି ତାଙ୍କ ଚେତା ଫେରୁନଥିଲା। ତାଙ୍କ ହୃଦସ୍ପନ୍ଦନ ଏବଂ ବିପି ମଧ୍ୟ କଣ୍ଟ୍ରୋଲରେ ରହୁନଥିଲା। ତାଙ୍କୁ ବାରମ୍ବାର ଜ୍ୱର ହେଉଥିଲା। ତେଣୁ ଇନ୍‌ଫେକସନ୍‌ ଭୟରେ ରାଜୁଙ୍କୁ ଭେଟିବାକୁ ପରିବାର ଲୋକଙ୍କୁ ମଧ୍ୟ ଡାକ୍ତରମାନେ ଅନୁମତି ଦେଇନଥିଲେ।

୪୧ ଦିନ ଧରି ଭେଣ୍ଟିଲେଟର୍‌ରେ ରହିବା ପରେ ବି ରାଜୁଙ୍କ ଚେତା ଫେରୁନଥିଲା। ଏହାକୁ ନେଇ ଚିନ୍ତିିତ ଥିଲେ ଡାକ୍ତର। ଶେଷରେ ଆଜି ସେ ନିଜ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ସମସ୍ତଙ୍କୁ ହସାଉଥିବା ମଣିଷଟି ଏବେ ସମସ୍ତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି।

hiranchal ad1
Leave A Reply

Your email address will not be published.

12 + 7 =