ବାହାରିଲା ନନ୍ଦା ଓ ଭଦ୍ରା ଚାପ ଡଙ୍ଗା

0 83

ପୁରୀ : ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ର ପୁଷ୍କରିଣୀରୁ କଢାଯାଇଛି ନନ୍ଦା ଓ ଭଦ୍ରା ଚାପ । ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରାର ଶୁଭାରମ୍ଭ ହେଉଥିବା ସ୍ଥଳେ ନରେନ୍ଦ୍ର ଜଳରେ ବୁଡି଼ ରହିଥିବା ନନ୍ଦା, ଭଦ୍ରା ଡଙ୍ଗାକୁ କଢା ଯାଇଛି । ନରେନ୍ଦ୍ର ପାହାଚରେ ୫ଟି ଡଙ୍ଗା ସାଇତା ଯାଇଛି । ୩୦ ଜଣ ଭୋଇ ସେବକ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି ।
ଏଣୁ ଠାକୁରଙ୍କ ୨୧ଦିନିଆ ବାହାର ଚନ୍ଦନଯାତ୍ରା ପ୍ରସ୍ତୁତି । ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର କରିବେ ଠାକୁରେ । ପରମ୍ପରା ଅନୁସାରେ ଗତବର୍ଷ ଚନ୍ଦନଯାତ୍ରା ହଳଦୀପାଣି ଉତ୍ସବ ପରେ ଡଙ୍ଗାକୁ ପାଣିରେ ବୁଡାଯାଇଥିଲା । ଚୈତ୍ର ପୂର୍ଣ୍ଣମୀ ଅବସରରେ ନରେନ୍ଦ୍ର ଜଳରୁ ନନ୍ଦା ଭଦ୍ରା ସମେତ ୫ଗୋଟି ଡଙ୍ଗା ଜଳରୁ ଉଦ୍ଧାର କରାଗଲା । ୨ଗୋଟି ଲେଖାଏଁ ନୌକାକୁ ଯୋଡି ନନ୍ଦା-ଭଦ୍ରା ଚାପ ପ୍ରସ୍ତୁତ କରାଯିବ । ଚନ୍ଦନଯାତ୍ରା କିଛି ଦିନ ଥିବ ବିଶ୍ୱକର୍ମାମାନେ ଚାପ ସଜାଡିବେ । ଚାପ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତ ରହିବ । ନରେନ୍ଦ୍ର ପରିସର ନୂଆ ରଙ୍ଗ ଦିଆହୋଇ ସଜେଇ ହେବ । ନନ୍ଦା ଭଦ୍ରାରେ ଠାକୁରେ ବିଜେ ହେବେ । ପଞ୍ଚମ ଡଙ୍ଗାରେ ପାରମ୍ପରିକ ବାଦ୍ୟ ବଜନ୍ତରୀ ବାଜି ଠାକୁରଙ୍କ ଡଙ୍ଗା ସମ୍ମୁଖରେ ଯିବ ।

hiranchal ad1
Leave A Reply

Your email address will not be published.

eleven − 6 =