ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାର ଗୁମର, ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ

0 133

ପୁରୀ : ପୁରୀ ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାର ପରଦା ଖୋଲିଛି ପୁରୀ ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ହୋଇ ଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିଚି । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଥିବା ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରି ସମେତ ସହଯୋଗି ବାବା ମହାପାତ୍ର, କାଳୁ ପାଣିଗ୍ରାହୀ, ମୁନ୍ନା ପାତ୍ର, ସଂଦିପ ଜେନା ଗିରଫ କରାଯାଇଛି । ୩୦ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା ଏହି ହତ୍ୟାକାଣ୍ଡ ପାଇଁ । ଗତ ୨୦୧୨ ମସିହା ଅଗଷ୍ଟ ୨୨ ରେ ସେବାୟତ ଗୁନ ସିଂହାରି ହତ୍ୟାକାଣ୍ଡ ଘଟଣାର ପ୍ରତିଶୋଧ ପାଇଁ ଏହି ଘଟଣା ଘଟିଥିବା ପୋଲିସକୁ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଏହି ଘଟଣାରେ ୧୨୦ ବି ,୩୦୨ ,୩୪ ଆଇପିସି,୨୫ ଓ ୨୭ arms act ଦଫା ଲଗାଯାଇଛି । ତେବେ ଗୁନ ହତ୍ୟାକାଣ୍ଡ ଘଟଣାରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ଅଭିଯୋଗରେ ଗିରଫ ହୋଇଥିଲେ । ପରେ ପ୍ରମାଣ ଅଭାବରୁ କୃଷ୍ଣଚନ୍ଦ୍ର ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଗୁନ ସିଂହାରିଙ୍କ ଭାଇ କାଳିଆ ସିଂହାରି ଓ ପୁତୁରା ଦୋଳ ଗୋବିନ୍ଦ ସିଂହାରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ତଥ୍ୟ ମିଳିଚି । ସେପଟେ ଏକ ଜମି କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବା ମଧ୍ୟ ଅନ୍ୟ ଏକ ଦିଗ ଆସୁଛି । ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡ ରେ ଆଣି ପଚରା ଉଚରା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୁରୀ ଏସପି କହିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + 12 =