ପଲିଥିନ ମୁକ୍ତ ମହା ଅଭିଯାନରେ ସାମିଲ ହେଲେ ଏସପି

0 132

ସୁବର୍ଣ୍ଣପୁର: ଆଜି ସ୍ୱଚ୍ଛ ସହର ସ୍ୱଚ୍ଛ ସୁବର୍ଣ୍ଣପୁର ଗଢିବା ପାଇଁ ସୁବର୍ଣ୍ଣପୁର ଏସପିଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ରିଜର୍ଭ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ପଟେଲ, ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଓ ହାବିଲଦାର ମନୋଜ ପଣ୍ଡାଙ୍କ ସଂଯୋଜନାରେ ସ୍ୱଚ୍ଛ ଭାରତ ସଂଗଠନ, ପୋଲିସ ଟିମ, ଯୋଗାଳୟ, ସୋନପୁର କଲେଜ ଏନସିସି ଟ୍ରୁପ ଓ ଆରଏସଏସ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ସ୍ଥାନୀୟ ବୁଢାରଜା ଛକଠାରୁ କଲେଜ ରାସ୍ତା କଚେରୀ ଛକ ଯାଏ ପଲିଥିନ ମୁକ୍ତ ମହା ସଚେତନତା ଅଭିଯାନକୁ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଶୁଭାରମ୍ଭ କରିଥିଲେ । ନିଜେ ଶ୍ରୀ ପଣ୍ଡା ବେଲଚା ଦ୍ୱାରା ରାସ୍ତାରୁ ଓ ଡ୍ରେନରୁ ଜରି ଗୋଟାଇ ସଫେଇ କରି ପୋଲିସ ଓ ସ୍ୱେଚ୍ଛାସେବୀଙ୍କ ଉତ୍ସାହ ବଢ଼ାଇଥିଲେ । ସକାଳର ଏଇ ଅଭିଯାନରେ ଶତାଧିକ ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇ ପଲିଥିନ ଗୋଟାଇ ସହର ବାସୀଙ୍କୁ ସଚେତନ କରାଇଥିଲେ । ସବୁ ବର୍ଗର ଲୋକଙ୍କ ସହଯୋଗରେ ଆଗକୁ ସହର ଓ ଜ଼ିଲ୍ଲା ସାରା ଏଇ ସଚେତନତା ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା ପ୍ରକାଶ କରିଥିବା ବେଳେ ଆଜି ଯୋଗଦାନ କରିଥିବା ସମସ୍ତ ପୋଲିସ ଓ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଦେଇଥଲେ । ସ୍ୱଚ୍ଛ ଭାରତ ସଂଗଠନ ଓ ଉପସ୍ଥିତ ସମସ୍ତ ଅନୁଷ୍ଠାନ ସହିତ ଏସପି ଶ୍ରୀ ପଣ୍ଡା ପୂର୍ବରୁ ଏହି କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପରାମର୍ଶ ଓ ଆଲୋଚନା କରିଆସିଥିବା ବେଳେ ଏସ-ପି ଶ୍ରୀ ପଣ୍ଡାଙ୍କ ପରି ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସମାଜ ପ୍ରତି ଏଭଳି ଆଭିମୁଖ୍ୟ ରହିଲେ ଏକ ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଢିବାରେ ଓ ସମାଜ ପରିବର୍ତ୍ତନ ଆଣିବାରେ ସଫଳ ହେବା ନିଶ୍ଚିତ । ସ୍ୱଚ୍ଛ ସହର ଗଢିବାରେ ଆଜିର ସ୍ୱେଚ୍ଛାସେବୀ, ଏନସିସି ଛାତ୍ରଛାତ୍ରୀ ଓ ପୋଲିସ ଟିମଙ୍କ ସ୍ୱଚ୍ଛ ପ୍ରୟାସକୁ ଖୁବ ପ୍ରଶଂସା କରିଛନ୍ତି ସହରବାସୀ ।

hiranchal ad1
Leave A Reply

Your email address will not be published.

nine + 18 =