ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡଘାଟିରୁ ୩୦ ଫୁଟ୍ ତଳକୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍ । ସୌଭାଗ୍ୟ ବଶଃତ ଏତେ ବଡ ଦୁଃଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆଜି ସକାଳେ ଏକ ମାଛ ବୋଝେଇ ଟ୍ରକ୍ଟି ଆନ୍ଧ୍ରରୁ ମାଛ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଏହି ସମୟରେ ବଡଘାଟିରେ ଟ୍ରକ୍ଟି ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସି ପଡିଥିଲା । ପରେ ଟ୍ରକ୍ରେ ନିଆଁ ଲାଗିଯାଇଥିଲା । ଟ୍ରକ୍ଟି ହୁତୁହୁତୁ ହୋଇ ଜଳି ଯାଇଥିଲା । ଡ୍ରାଇଭର ଓ ହେଲପର ନିଆଁ ଲାଗିଯାଇଥିବା ଦେଖି ଚଳନ୍ତା ଗାଡିରୁ ଡେଇଁ ପଡିଥିଲେ । ସେମାନଙ୍କର କିଛି ହୋଇ ନାହିଁ । ପୁଲିସ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।