ଦହଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

0 295

ନନ୍ଦାହାଣ୍ଡି : ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସ୍ଥିତ ଦହଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ସୁବାସ ଚନ୍ଦ୍ର ତ୍ରିପାଠୀ ପ୍ରଦୀପ ପ୍ରଜ୍ୱଳିତ କରି ଆରମ୍ଭ କରିଥିଲେ ଓ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୈଳାସ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ । ସଂପାଦକ ମିଥୁନ ତ୍ରିପାଠୀ ଓ କୋଷାଧ୍ୟକ୍ଷ ଅରୁଣ କୁମାର ରଥ ଉପସ୍ଥିତ ଥିଲେ ଓ ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ ବିଭିନ୍ନ ପ୍ରକାର କ୍ରୀଡାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହାଦ୍ୱାରା ଆଗକୁ ଛାତ୍ରଛାତ୍ରୀ କ୍ରୀଡ଼ା କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିବାରେ ପ୍ରେରଣା ମିଳିବ ବୋଲି ମତ ପ୍ରକାଶ ପାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗଜେନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁଜୀ ଜ୍ଞାନରଂଜନ ସାହୁ, ନକୁଳ ମାଳୀ ଏବଂ ଗୁରୁମା ସଂଗୀତା ତ୍ରିପାଠୀ, ସୁଜାତା ହୋତା, ମୀନାକ୍ଷୀ ପାଣିଗ୍ରାହୀ, ଦୀପାଞ୍ଜଳୀ ସୁନା, ବାସନ୍ତୀ ଗାଦବା, ପୂଜାରାଣୀ ବେହେରା ପ୍ରମୁଖ ସମସ୍ତ କ୍ରୀଡା ପ୍ରତିଯୋଗିତାକୁ ସଫଳ କରାଇଥିଲେ ।

hiranchal ad1
Leave A Reply

Your email address will not be published.

20 − ten =