ପୁରୀ ରେଳଷ୍ଟେସନ ଖୁବ ଶୀଘ୍ର ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ

0 63

ପୁରୀ : ପୁରୀ ରେଳଷ୍ଟେସନ ଖୁବ ଶୀଘ୍ର ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପୁରୀ ଗସ୍ତ ରେ ଆସି ଏହି ସୂଚନା ଦେଇଛନ୍ତି । ଏଥିପାଇଁ ୩୬୪ କୋଟି ଟଙ୍କାର ଟେଣ୍ଡର ହୋଇଛି । ଆଉ ଦୁଇ ମାସ ଭିତରେ କାମ ଆରମ୍ଭ ହେବ । ପୁରୀକୁ ବିଶ୍ୱ ସ୍ତରୀୟ ହେରିଟେଜ ସିଟି ପାଇଁ ପ୍ରଧାନମନ୍ତ୍ରୀ ମୋଜିଙ୍କ ସ୍ୱପ୍ନ ରହିଛି । ଏଥିପାଇଁ ପୁରୀରେ ବିମାନ ବନ୍ଦର ପ୍ରକଳ୍ପ ପାଇଁ ଅନୁମୋଦନ କରିଛନ୍ତି । ସେହିପରି ଭୁବନେଶ୍ୱରରୁ ପୁରୀକୁ ମଧ୍ୟ ଏକ ବିଶ୍ୱ ସ୍ତରୀୟ ଟ୍ରେନ ଚାଲିବ । ଯାତ୍ରୀ ମାନେ ଆରାମଦାୟକ ଯାତ୍ରା କରି ପାରିବେ । ପୁରୀ ରେଲୱେ ଷ୍ଟେସନର ଡିଜାଇନ ସ୍ଥାନୀୟ ଐତିହ୍ୟ କଳା କୃତୀକୁ ନେଇ ହେବ । ରଥ ଯାତ୍ରା ପାଇଁ ରେଲୱେ ପକ୍ଷରୁ ୨୦୦ ରୁ ଅଧିକ ଟ୍ରେନ ପୁରୀକୁ ଚାଲିବ । ଯାତ୍ରୀ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର, ଖାଦ୍ୟ ବିତରଣ ମଧ୍ୟ କରାଯିବ । ଆସନ୍ତା ୨୦୨୪ ସୁଦ୍ଧା ପୁରୀ ରେଲୱେ ଷ୍ଟେସନର ନିର୍ମାଣ କାର୍ଯ୍ୟ ସରିବାକୁ କେନ୍ଦ୍ର ସରକାର ଟାର୍ଗେଟ ରଖିଛନ୍ତି । ପୁରୀକୁ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା ବେଳେ ସୁବିଧା ପ୍ରଦାନ ପାଇଁ ସବୁ ପଦକ୍ଷେପ ନିଆଯାଉଥିବା ରେଳମନ୍ତ୍ରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

14 − nine =