ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ

0 140

ସୁବର୍ଣ୍ଣପୁର: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ରକ୍ତ ଭଣ୍ଡାର ଠାରେ ସକାଳ ଖବରକାଗଜ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ମହାନଦୀ ଧାରା ଅନୁଷ୍ଠାନର ସହାୟତାରେ ଅନୁଷ୍ଠିତ ଉକ୍ତ ରକ୍ତ ଦାନ ଶିବିରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ପୌରପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ପୁଲିସ୍‌ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ସକାଳ ଖବରକାଗଜର ଜିଲ୍ଲା ପ୍ରତିନିଧି ଧରଣୀଧର ମିଶ୍ର, ନନ୍ଦିଘୋଷ ଟିଭିର ଜିଲ୍ଲା ପ୍ରତିନିଧି ମନୋଜ ମିଶ୍ର ଏବଂ ମହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ବହୁମୂଲ୍ୟ ରକ୍ତ ଦାନ ଦ୍ୱାରା ଜଣଙ୍କର ଜୀବନ ବଞ୍ଚୁଥିବାରୁ ରକ୍ତ ଦାନ ଏକ ମହତ ଦାନ ବୋଲି ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ କହିଛନ୍ତି । ସେହିପରି ‘ସକାଳ’ ଓ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇ ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାଏକ କହିଛନ୍ତି ଏଭଳି ଶିବିର ଆୟୋଜିତ ହେଉଥିବା ଦ୍ୱାରା ରକ୍ତର ଅଭାବରୁ ଏଣିକି କାହାର ଜୀବନ ଯିବ ନାହିଁ । ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ମହାନଦୀ ଧାରା ଅନୁଷ୍ଠାନର ଚାରି ଜଣ ଛାତ୍ର ପ୍ରଥମ ଥର ପାଇଁ ରକ୍ତ ଦାନ କରି ଖୁବ୍‌ ଖୁସି ଅନୁଭବ କରିଛନ୍ତି । ଡାକ୍ତର ଦୁର୍ଗାଦତ୍ତ ଦାଶ, ସୁବାସ ଚନ୍ଦ୍ର ପଣ୍ଡା, ଜଗତ ଦରୁଆନ, ଯୁଧିଷ୍ଠିର ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ପରିଚାଳନା କରିଥିଲେ । ଜିଲ୍ଲା ରକ୍ତଦାତା ସଂଘର ସଭାପତି ସମାଜସେବୀ ମନୋଜ ପଣ୍ଡା ସଂଘ ତରଫରୁ ସମସ୍ତ ରକ୍ତଦାତାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଶିବିରରେ ସାମ୍ବାଦିକ ପିତାମ୍ବର ମହାପାତ୍ର, ପ୍ରକାଶ ବେବର୍ତ୍ତା, ସୁଶାନ୍ତ ପ୍ରଧାନ, ସହଦେବ ମେହେର, ମାନଭଞ୍ଜନ ପୂଜାରୀ, ଧନଞ୍ଜୟ ଆଡଯୁଆଡି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

9 − one =