ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ

0 95

ଭୁବନେଶ୍ୱର :ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ-ଥଣ୍ଡା ପବନ ପ୍ରଭାବରେ ଗତ କିଛି ଦିନ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ପାଞ୍ଚ ଡିଗ୍ରି ସେଲସିୟସ ହ୍ରାସ ପାଇଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ ଅନୁଭବ ହେବା ଆରମ୍ଭ ହୋଇଛି।
ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ସେଲସିୟସ ତଳେ ରହିଛି। ପାଣିପାଗ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ତିନି ଡିଗ୍ରି ସେଲସିୟସ୍ ହ୍ରାସ ପାଇଛି।
ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବରେ ପଞ୍ଜିକୃତ ହୋଇଛି। ଫୁଲବାଣୀ ସହରର ତାପମାତ୍ରା ୧୫.୦ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି। କୋରାପୁଟରେ ସକାଳେ ଘନ କୁହୁଡ଼ି ସହରକୁ ଘୋଡ଼ାଇ ରଖିଥିବା ବେଳେ ରାଉରକେଲା, ଭବାନୀପାଟନାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି।
ଭୁବନେଶ୍ବରର ରାତିର ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରି ରହିଛି। କଟକର ତାପମାତ୍ରା ୨୦.୨ ଡିଗ୍ରି ରହିଛି। ସେହିପରି ପାରଳାଖେମୁଣ୍ଡିର ରାତିର ତାପମାତ୍ରା ୩୫.୦ ଡିଗ୍ରି ରହିଛି। ଜି.ଉଦୟଗିରି ହିଲ୍ ଷ୍ଟେସନର ତାପମାତ୍ରା ୧୩.୦ ଡିଗ୍ରି ରହିଛି।

hiranchal ad1
Leave A Reply

Your email address will not be published.

20 − five =