ନକଲି ବିଦେଶୀ ମଦ ଜବତ, ୫ଜଣକୁ କୋର୍ଟ ଚାଲାଣ

0 386

ନୂଆପଡ଼ା:ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଇ ହୀରାବତୀ ଥାର୍ଟୀ ଙ୍କ ନେତୃତ୍ୱରେ ଗତକାଲି ସନ୍ଧ୍ୟା ପାଖା ପାଖି ୬ଟା ବେଳେ ଅବକାରୀ ବିଭାଗର ପେଟ୍ରୋଲିଙ୍ଗ ଟିମ ତରବୋଡ ଥାନାଏରିଆ ପାଖାପାଖି ପଇଁତରା ମାରୁଥିବା ବେଳେ ଏକ ବିଶ୍ୱସ୍ତ ସୁତ୍ରରୁ ଜଡଗଡ ଠାରେ ନକଲି ଦେଶ ଓ ବିଦେଶି ମଦ କାରବାର ହେଉଥିବା ଖବର ପାଇ ମୋବାଇଲ ଟିମ ଆତର୍କିତ ଭାବରେ ଆକ୍ରମଣ କରି ଜଟଗଡ ଠରେ ଜଟଗଡ ଗ୍ରାମର ଅନ୍ତ ସାହୁ(୩୮)ଙ୍କୁ ଗିରଫ କରି ତାଠାରୁ ଜେବରା ଛାପ ଏମଟି ପାଉଚ ୭୫୦୦ ଗୋଟି, ଏମଟି ବୋତଲ୨୨୦ଗୋଟି, କର୍କ ୬୧ ଗୋଟି, ଇଏଲଏ ୪୦୦ଗୋଟି ଜବତ କରିଥିବା ବେଳେ ଆଜି ସକାଳ ପ୍ରାୟ ୮ଟା ବେଳେ କୋମନା ଥାନା ଏରିଆ ପାଖାପାଖି ପେଟ୍ରୋଲିଙ୍ଗ କରୁଥିବା ବେଳେ ଏନଏଚ ଉପରେ ନକଲି ବିଦେଶି ଚାଲାଣ ହେଉଥିବା ଖବର ପାଇ ଚଢାଉ କରି ଡି ଏଫଏଲ ଏମସି ୧୨.୨୪ ଲିଟର, ଡିଏଫଏଲ ଆଇବି ୨୫.୯୨ ଲି ଟର, ଡି ଏଫଏଲ ଫୁଟ ଲାଇନ ୧୯.୯୮ଲିଟର, ଖାଲି ବୋତଲ ଏମସି ୧୮ଗୋଟି, ଖାଲି ବୋତଲ ଏମସି ୩୩୬ଗୋଟି, କର୍କ ଏମସି ନଂ.୧-୩୧୦ ଗୋଟି, ଇଏଏଲ ୧୨୫୮ ଗୋଟି ଏବଂ ଏଡଲଟ୍ରେଡ ବିଦେଶୀ ନକଲି ମଦ ୨୦ଲିଟର ଏବଂ ଏକ ବୋଲେରୋ ଗାଡି ବିଆର-୪୬-ପି-୩୧୮୭ ଜବତ କରି ୪ଜଣ ଆସାମୀଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଝାରଖଣ୍ଡ ରାଜ୍ୟ ଅନ୍ତର୍ଗତ ପାଲାମୁ ଜିଲ୍ଲା ଭାଉରାହି ଗ୍ରାମର ପଙ୍କଜ କୁମାର ୟାଦବ(୨୪) ଜି ଏକି ବର୍ତ ମାନ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କୋମନା ରେ ରହୁଥିବା ଜଣାପଡିଛି । ବିହାର ରାଜ୍ୟ ଅନ୍ତର୍ଗତ ଔରଙ୍ଗାବାଦ ଜିଲ୍ଲା ନବିନଗର ଗ୍ରାମର ବିଦ୍ୟାନଂଚଳ କୁମାର(୪୨),ବର୍ତମାନ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କୋମନା ରେ ରହୁଥିବା ଜଣାପଡିଛି । ଛତିଶଗଡ ରାଜ୍ୟ ଅନ୍ତର୍ଗତ ରାୟପୁର ଜିଲ୍ଲା ରାୟପୁର ରାଜେସ ସିଂ(୩୪),ବର୍ତମାନ ସେ କୋମନା ରେ ରହୁଥିବା ଜଣାପଡିଛି । ଛତିଶଗଡ ରାଜ୍ୟ ଅନ୍ତର୍ଗତ ଧନତରି ଜିଲ୍ଲା ଦାନିତୋଲା ୯ ନହରନାଥ ଚୋକ ଧନତରି ର ବିନୋଦ ସିଂ(୪୫) ବର୍ତମାନ ସେ କୋମନା ଥାନା ଅନ୍ତର୍ଗତ କୋମନା ରେ ବସବାସ କରୁଥିବା ଜଣାପଡିଛି । ଏହି ୪ଜଣ ଆସାମୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଏହି ୫ଜଣଙ୍କୁ ଅବକାରୀ ବିଭାଗ ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

10 − six =