ଆଠଗଡ ଵିଜୁ ଜନତା ଦଳ ତରଫରୁ ତିନି ନମ୍ବର ଜୋନରେ ଜନସମ୍ପର୍କ ପଦଯାତ୍ରା 

0 42

ଆଠଗଡ଼: ଆଠଗଡ଼ ଵିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଧାଇପୁର ପଂଚାୟତର ଗଦାଧରପୁର ଠାରୁ ଆରମ୍ଭ ହୋଇ ଧଇପୁର, ସୋମନାଥପୁର,  ଛତାବର,  କନ୍ଦରପୁର ପଂଚାୟତ ର ନଣ୍ଡେଇଲୋ, ରାଉତରାପୁର ଠାରେ ଶେଷ ହୋଇଥିଲା ,ଏହି ପଦଯାତ୍ରାରେ ଵିଜୁ ଜନତା ଦଳ ଆଠଗଡ ସଭାପତି ରବୀନ୍ଦ୍ର ନାଥ ରାଉତ ଶୁଭାରମ୍ଭ କରିଥିଲେ ଏବଂ  ମୁଖ୍ୟ ଅତିଥି ଭାବରେ ସୁପ୍ରିମ କୋର୍ଟର ଆଇନିଜୀବି ତଥା ସମାଜସେବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗ ଦେଇ କହିଲେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଦଶଦିନ ବ୍ୟାପି ଜନସଂପର୍କ ପଦଯାତ୍ରା କରାଯିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ପଦଯାତ୍ରାକୁ ସଫଳ କରିବା ଏବଂ ସରକାରଙ୍କ ଜନହିତକର ଯୋଜନା ନିର୍ବାଚନମଣ୍ଡଳୀର ଷାଠିଏ ହଜାର ଚୁଲି ମୁଣ୍ଡ ପାଖରେ ଯଦି ପହଞ୍ଚାଇପାରିବା ତେବେ ବିଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନରେ ପରିଣତ ହୋଇପାରିବ । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବାରେ ନିରବଛିନ୍ନ ଭାବରେ ପଚିଶ ବର୍ଷ ଓଡ଼ିଶାବାସୀଙ୍କ ସେବା କରିବା ସହ ସାଢେ଼ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସ  ଭାଜନ ହୋଇପାରିଛି । କେନ୍ଦ୍ର ସରକାର ଓଡିଶା ପ୍ରତି ବାରମ୍ବାର ଅତ୍ୟାଚାର ବିରୋଧରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । 

hiring

ଏଥିରେ ତିନି ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ଧଇପୁର ସମିତିସଭ୍ୟ ସୂଯ୍ୟ କାନ୍ତ ଗୋଛାୟତ ଆଠଗଡ ବ୍ଲକ  ଛାତ୍ର ଜନତା ସଭାପତି ସତ୍ୟପ୍ରିୟ ମହାନ୍ତି, ,ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା, ମହିଳା ନେତ୍ରୀ ବାସନ୍ତୀ ରାଉଳ ,ରେଣୁବାଳା ବସ୍ତି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ  କଟକ ଜ଼ିଲ୍ଲା  ଵିଜୁ ଜନତା ଦକ ସମ୍ପାଦକ ପ୍ରଦୀପ୍ତ ଦାସ ଧାଇପୁର ସେବାସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ସାହୁ ଧନେଶ୍ୱର ବେହେରା ,ଶସଧର  ସାହୁ ଧାଇପୁର ଵିଜୁ ଜନତା ଦଳ ସଭାପତି ଉଦ୍ଧବ ସାହୁ, ଧରଣୀଧର ବେହେରା, ଗଜେନ୍ଦ୍ର ରାଉତ୍ତ ସମେତ ଧାଇପୁର ପଂଚାୟତ ର ପାଖାପାଖି  ପାଞ୍ଚ ଶହରୁ ଉର୍ଦ୍ଧ୍ଵ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × 1 =