ପାରିଶ୍ରମିକ ପାଇଁ ପୁରୁଣାକଟକ ରେଳବାଇ ପ୍ରକଳ୍ପ କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଶ୍ରମିକ

0 88

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଶ୍ରମିକମାନେ ପାରିଶ୍ରମିକ ଅର୍ଥ ନ ପାଇ ଅଫିସରେ ତାଲା ପକାଇବା ସହିତ ହଟ୍ଟଗୋଳ କରିଛନ୍ତି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ର ବାରିଗିଂ , କରଞ୍ଜକଟା, ସୋରିଷ ପଖାଳ ଆଦି ଅଞ୍ଚଳରେ ଚାଲିଥିବା ରେଳବାଇ ପ୍ରକଳ୍ପର ମାଟି ଓ ଘାସ ଲଗା କାର୍ଯ୍ୟରେ ପ୍ରାୟ ୧୪୦ ଜଣ ଶ୍ରମିକ ଦୀର୍ଘ ତିନିମାସ ହେବ ନିୟୋଜିତ ଥିଲେ । ରେଳବାଇ ବିଭାଗର ଠିକା ସଂସ୍ଥା ଏକ ପେଟି ଠିକାଦାର ଦ୍ୱାରା କାର୍ଯ୍ୟ ଆଦେଶ ଦେଇ କାମ କରାଇଥିଲା । ତେବେ ଠିକା ସଂସ୍ଥାରୁ ତିନିମାସ ହେବ ପେଟି ଠିକାଦାର ମଜୁରୀ ଅର୍ଥ ପାଇ ନଥିବା ବେଳେ ଶ୍ରମିକ ମାନଙ୍କ ପାରିଶ୍ରମିକ ଅର୍ଥ ଦେବାରେ ଠିକାଦାର ଅସମର୍ଥ ହୋଇଥିବା ପେଟି ଠିକାଦାର ଉତ୍ତମ୍‌ ପାତ୍ର କହିଛନ୍ତି । ବାରମ୍ବାର ରେଳବାଇ ଠିକା ସଂସ୍ଥା କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଗୁହାରି କରିଥିଲେ ମଧ୍ୟ ଆଜି କାଲି କହି ତାଙ୍କୁ ଭୂତାଉ ଥିବା କହିଛନ୍ତି । ଶେଷରେ ଶ୍ରମିକ ମାନେ ଅତିଷ୍ଠ ହୋଇ ପେଟି ଠିକାଦାର ଉତ୍ତମ୍‌ ପାତ୍ରଙ୍କ ସମେତ ପୁରୁଣାକଟକ ରେଳବାଇ ପ୍ରକଳ୍ପ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟ ତାଲା ପକାଇବା ସହିତ ଧାରଣାରେ ବସିଥିଲେ । ପରେ ଠିକା ସଂସ୍ଥାର ଅଧିକାରୀ ଓ ପେଟି ଠିକାଦାର ଉତ୍ତମ୍‌ ପାତ୍ରଙ୍କୁ ଡାକି ଶ୍ରମିକଙ୍କ ଆଗରେ ବୁଝା ଶୁଝା କରି ବୁଧବାର ସମସ୍ତ ବକେୟା ଅର୍ଥ ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ଶ୍ରମିକ ମାନେ ବୁଝିଥିଲେ । ଅନ୍ୟପଟେ ବୁଧବାର ଯଦି ଅର୍ଥ ପୈଠ ନ କରାଯାଏ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଶ୍ରମିକ ମାନେ ଚେତାବନୀ ମଧ୍ୟ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

8 − 2 =