ସୁବର୍ଣ୍ଣପୁର : ଜିଲ୍ଲା କ୍ରୀଡ଼ାସଂଘ ଦ୍ୱାରା ଆୟୋଜିତ ସିନିଅର ସୁପର ଲିଗର ଉଦଘାଟନୀ ମ୍ୟାଚ ଆଜି ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ସୋନପୁର ରାମଧୁନ କ୍ଲବକୁ ୨-୧ ଗୋଲରେ ପରାଜିତ କରି ବୀରମହାରାଜପୁର ଫୁଲଝରା ଦଳ ବିଜୟୀ ହୋଇଛି । ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସମ୍ମାନିତ ଅତିଥି ସୋନପୁର କଲେଜ ଏନସିସି ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲ, କନେଷ୍ଟବଳ ସଂଘ ର ପ୍ରାକ୍ତନ ସମ୍ପାଦକ ଦୀନେଶ ମିଶ୍ର, ସମାଜ ସେବୀ ଶ୍ରୀକାନ୍ତ ମିଶ୍ର, ଭେଟେରାନ ଖେଳାଳି ଭୁକୁଲୁ ବକ୍ସି, ସନତ ହୋତା, ରାକେଶ ନାଗ, ସାମ୍ବାଦିକ ସନ୍ତୋଷ ମିଶ୍ର ଯୋଗ ଦେଇ ଶ୍ରେଷ୍ଠ ଖେଳାଳି ଦୀପକ ମହାଲିକଙ୍କୁ ପୁରସ୍କୃତ କରିଥିଲେ । ସଂଜୀବ ସାହୁ ମୁଖ୍ୟ ରେଫରୀ, ଅଜିତ ନାଏକ, ସିଦ୍ଧାର୍ଥ ପାତ୍ର ୨ ଓ ୩ ନମ୍ବର ଓ ପ୍ରଶାନ୍ତ ସେଠ ଫୋର୍ଥ ଅଫିସିଆଲ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ । ସେହିପରି ଆଜିର ଦ୍ୱିତୀୟ ମ୍ୟାଚ ବାଲଖମାର ଦଳ ଓ ବୀରମହାରାଜ ପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସୋନପୁର ଉପ ଜିଲ୍ଲାପାଳ ଡ଼ଃ ଈପସିତା ପ୍ରିୟ ଦର୍ଶନୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ନବୀନ କିଶୋର ପାଢ଼ୀ, ଏସିଏଫ ଗିରିଧାରୀ ନାଗ, ପୋଲିସ ଆରଆଇ ସରୋଜ କୁମାର ବେହେରା, ଭେଟେରାନ ଖେଳାଳି ଗୋରେଖ ନାଥ ସାହୁ , କଲ୍ୟାଣ ପାଢ଼ୀ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ ତଥା ପୁରସ୍କୃତ କରିଥିଲେ । ଏହି ମ୍ୟାଚରେ ତରଭା ବାଲି ଖମାର ବୀରମହାରାଜପୁର ଫୁଲଚରା ଦଳ ୧-୦ ରେ ହରାଇ ବିଜୟୀ ହୋଇଥିଲା । ଶ୍ରେଷ୍ଠ ଖେଳାଳି ଭାବେ ରାଜା ଭୋଇଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିବା ବେଳେ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥୀ ଅତିଥି ପରିଚୟ ଓ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ମ୍ୟାଚକୁ ପ୍ରଶାନ୍ତ ସେଠ ପରିଚାଳନା କରିଥିଲେ ।