ନିଜେ କେନାଲ ସଫା କରି ଚାଷ ଜମିକୁ ପାଣି ମଡେଇଲେ ଚାଷୀ

0 154

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ଲୁଣିବାହାଲ ଠାରେ ଲୋକମାନେ ଚାଷ ଜମିକୁ ପାଣି ମଡାଇବ ପାଇଁ କେନାଲକୁ ଭରସା କରନ୍ତି କିନ୍ତୁ କେନାଲ ପୋତି ହୋଇଯିବା ଫଳରେ ପାଣି ଆସିପାରିନାହିଁ । ଯାହାର ଫଳ ସ୍ୱରୂପ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ପ୍ରଶାସନ ପାଖରେ ନିବେଦନ କରିଥିଲେ ମଧ୍ୟ ଏହାର ଫଳ ଶୂନ ହୋଇଥିଲା । ଶେଷରେ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ବଘୁଆକଟା ଗ୍ରାମର ଲୋକମାନେ ନିଜେ କେନାଲ ସଫା କରି ଚାଷ ଜମିକୁ ପାଣି ମଡେଇବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏ ସମ୍ପର୍କରେ ଲୁଣିବାହାଲ ସରପଞ୍ଚଙ୍କୁ ପଚାରିବାରୁ ବିଭିନ୍ନ ଗ୍ରାମର କେନାଲ ତଥା ଅଣା କାମ ପାଇଁ ପ୍ରକଳ୍ପ ମଞ୍ଜୁରୀ ପାଇଁ ଯାଇଛି, ହେଲେ ଏ ଯାଏଁ ମଞ୍ଜୁର ହୋଇନଥିବାରୁ କେନାଲ କାର୍ଯ୍ୟ ହୋଇପାରୁନଥିବା କହିଛନ୍ତି । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଞ୍ଚାୟତ ବସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 + eleven =