ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

0 171

ପାରଳାଖେମୁଣ୍ଡି : ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସଂପର୍କରେ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ । ଆମ ଦେଶରେ ଏହି ଦିବସଟିକୁ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରିଣ କରିବା ପାଇଁ ପ୍ରତିବର୍ଷ ପାଳନ କରାଯାଉଛି । ଚଳିତବର୍ଷ ବିଶ୍ୱ ଜନସଂଖ୍ୟା ଦିବସକୁ ସଚେତନତା କରିବା ପାଇଁ ଦୁଇଟି ପକ୍ଷରେ ଭାଗ କରାଯାଇଛି । ଜିଲ୍ଲାରେ ୧୩୫୧ ଜଣ ଆଶାକର୍ମୀ ୨୭ ଜୁନ୍‌ରୁ ୧୦ ଜୁଲାଇ ସଚେତନତା ପକ୍ଷ ଓ ୧୧ରୁ ୨୪ ଜୁଲାଇ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନ କରାଯାଉଛି । ଏହି ସମସ୍ତ ଆଶାକର୍ମୀ ପ୍ରତି ଗ୍ରାମରେ ସଚେତନତା କରୁଛନ୍ତି । ଜନସଂଖ୍ୟା ସ୍ଥିରିକରଣ ପକ୍ଷରୁ ବ୍ଲକ୍‌ ତରଫରୁ ବିଭିନ୍ନ ପରିବାର କଲ୍ୟାଣ ସେବା ଯୋଗାଇ ଦିଆଯାଉଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲା ଚିକିତ୍ସା କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ରୂପେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ । ସଭାପୂର୍ବରୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ଏହି ଅବସରରେ ଯୋଗଦେଇ ପରିବାର ନିୟୋଜନ ଆମ ସମସ୍ତଙ୍କର ଦାୟିତ୍ୱ ଓ ପରିବାର ନିୟୋଜନକୁ ଆପଣାଇ ଜନସଂଖ୍ୟା ବୃଦ୍ଧିକୁ ହ୍ରାସ ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ । ଜନସଂଖ୍ୟା ବୃଦ୍ଧିକୁ ରୋକା ନଗଲେ ଆଗକୁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇ ଏହା ଆମର ପରିବେଶ, ସାମାଜିକ ବ୍ୟବସ୍ଥା , ଅର୍ଥନୀତି ଉପରେ ପ୍ରବଳ ଚାପ ଓ ପ୍ରଭାବ ପକାଇବ । ଜନସଂଖ୍ୟା ବୃଦ୍ଧିରେ ଅନେକ କାରଣ ମଧ୍ୟରୁ ଅଜ୍ଞତା, ଦାରିଦ୍ର୍ୟ ଓ ଅନୁନ୍ନତ ମାନସିକତା ଦାୟୀ ବୋଲି କହିଥିଲେ । ଏଣୁ ଆମେ ସମସ୍ତେ ଶିକ୍ଷାର ବିକାଶ ହେଲେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରିତ କରିହେବ ବୋଲି କହିଛନ୍ତି । ସେହିପରି ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ମିଶ୍ର କହିଥିଲେ ଯେ ଗଜପତି ଜିଲ୍ଲା ୨୦୨୨-୨୩ ମସିହାରେ ପରିବାର କଲ୍ୟାଣ ଯୋଜନା ଉତ୍ତମ ପ୍ରଦର୍ଶନ କରିଥିବା ଯୋଗୁଁ ଆଜି ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି । ଏଥିସହିତ ଗଜପତି ଜିଲ୍ଲାରେ ୩୧୨୪୯୯ ଜଣ ପୁରୁଷ ଓ ୩୨୫୭୭୨ ଜଣ ମହିଳା ରହିଛନ୍ତି । ମୋଟ ପୁରୁଷ ଓ ମହିଳା ଜନସଂଖ୍ୟା – ୬୩୮୨୭୧ ରହିଛନ୍ତି । ଜିଲ୍ଲାରେ ମହିଳା ବନ୍ଧ୍ୟାକରଣ-୧୯୨୪ ଜଣ ମହିଳାଙ୍କ କରାଯାଇଛି ଓ ୬୮ ପୁରୁଷ ଅସ୍ତ୍ରପୋଚାର କରାଯାଇଛି । ମୋଟ ୧୯୯୪ ଜଣ ସ୍ଥାୟୀ ପଦ୍ଧତି ଗ୍ରହଣ କରିଛନ୍ତି । ଏହି ଅବସରରେ ୨୦୨୨-୨୩ବର୍ଷ ପାଇଁ ପରିବାର କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା ଓ ଜିଲ୍ଲାର ସମସ୍ତ ଆଶା କର୍ମୀ ମାନଙ୍କ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ଆଶାକର୍ମୀଙ୍କୁ ଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ନାରାୟଣ ମଲ୍ଲିକ, ଡାକ୍ତର ମହେନ୍ଦ୍ର ଭୂୟାଁ, ଡିପିଏଚ୍‌ଓ ଡାକ୍ତର ମୁବାରକ ଅଲ୍ଲୀ ଡିପିଏମ ସୁଶ୍ରୀ ସୌମ୍ୟାରାଣୀ ଗୌଡ଼, ଡାକ୍ତର ନେତ୍ରାନନ୍ଦ ଶତପଥି ସମେତ ବିଭିନ୍ନ ବିଭାଗର ଡାକ୍ତର, ନର୍ସ ଓ ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 + 15 =