କାୟାକଳ୍ପ ପୁରସ୍କାର :ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାଜ୍ୟରେ ପ୍ରଥମ

0 65

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ସ୍ୱାସ୍ଥ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଉନ୍ନତ କାର୍ଯ୍ୟ ପାଇଁ ରାଜ୍ୟରେ ଶ୍ରେଷ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ବର୍ଷ ୨୦୨୨-୨୩ ପାଇଁ କାୟାକଳ୍ପ ପୁରସ୍କାର ପାଇବା ସହ ଅର୍ଥରାଶି ୧୫ ଲକ୍ଷ ଟଙ୍କା ପାଇଛି । ଉପବିଜେତା ଭାବେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩ ଲକ୍ଷ ଟଙ୍କା, ଉପଖଣ୍ଡ ଚିକିତ୍ସାଳୟ କୁଚିଣ୍ଡା ଓ ରେଢ଼ାଖୋଲକୁ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଭୋଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିଜେତା ହିସାବରେ ୨ ଲକ୍ଷ ପ୍ରଦାନ କରାଯାଇଥିବା ସହ ଗୋଛାରା, ରେଙ୍ଗାଲି, କଦଳୀଗଡ଼, ମହୁଲପାଲି, କେନାଢିପା, କେସେଇବାହାଲ, ଧମା, କତରବଗା, ବଞ୍ଜେରା, ସଙ୍ଗ୍ରାମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସେହିପରି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କ୍ଷେତ୍ରରେରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଇଁଠାପାଲି, ବୁର୍ଲା, ଧନକଉଡା, ଧନୁପାଲି, ମାନେଶ୍ୱର, ଚାଉରପୁର ଏବଂ ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ରକୁ ୫୦ ହଜାର ଟଙ୍କା କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ଏହି କ୍ରମରେ ସବ ସେଣ୍ଟର କଷଡାକୁ ବିଜେତା ଭାବେ ଏକ ଲକ୍ଷ ଟଙ୍କା, ଧୁଡିପାଲି ପ୍ରଥମ ଉପବିଜେତା ଭାବେ ୫୦ ହଜାର ଟଙ୍କା ଓ ଦ୍ୱିତୀୟ ଉପବିଜେତା ଭାବେ ମେଣ୍ଢାବାହାଲ ୩୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଏହି ତାଲିକାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜାମୁମାଲ, ବିସାଲଖିଣ୍ଡା -୧, ଗୁଣ୍ଡୁରୁଚୁଁଆ, ଭୋଇପାଲ, ଟାଙ୍ଗରାନୀ, ସାହସପୁର, ସୋରାପାଲି, କଳାମାଟି, ଲିପିଣ୍ଡା, ଖୁଣ୍ଟଲମାଲ, ଲୁହାପଙ୍କ, ବିରସିଂଗଡ଼, ଟାମ୍‌ପେରକେଲା ଏବଂ କିସିଣ୍ଡା ସବସେଣ୍ଟରକୁ ୨୫ ହଜାର ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି । ନାକଟିଦେଉଳ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବାରୁ ହସ୍ପିଟାଲ ଡାକ୍ତର, କର୍ମଚାରୀ ତଥା ଜିଲ୍ଲାରେ ଖୁସିର ବାତାବରଣ ଦେଖିବାକୁ ମିଳିଛି । ଏହାଛଡା ଅନ୍ୟ ଡାକ୍ତରଖାନା ଗୁଡିକ ମଧ୍ୟ କାୟାକଳ୍ପ ପୁରସ୍କାର ପାଇ ଥିବାରୁ ସମସ୍ତେ ଆନନ୍ଦିତ ହେଉଛନ୍ତି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଜିଲ୍ଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଓ ଜାତୀୟ ମିଶନ ଶକ୍ତି ଡିପିଏମ ଡ଼. ମୌସୁମୀ ମିଶ୍ର ସମେତ ଅନ୍ୟ ସମସ୍ତ ଡାକ୍ତର, କର୍ମଚାରୀଙ୍କ ପ୍ରଚେଷ୍ଠାରେ ଆଜି ଏହି ସମ୍ବଲପୁର ଜିଲ୍ଲା ସଫଳ ହେଇଛି । ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲାକୁ ମୋଟ କାୟାକଳ୍ପ ପୁରସ୍କାର ବାବଦରେ ୩୭ ଲକ୍ଷ ୮୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

17 + 13 =