ଏନୱାଇକେ ପକ୍ଷରୁ ଇନ୍ଦୋର ଫେରନ୍ତା ଆଦିବାସୀ ଯୁବକଯୁବତୀଙ୍କୁ ସମ୍ବର୍ଦ୍ଧନା

0 70

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋରରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାର ଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳର କୋଡିଏ ଜଣ ଯୁବକ ଯୁବତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ନେହରୁ ଯୁବ କେନ୍ଦ୍ରର ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାନ ଦଳ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ପ୍ରେସ କ୍ଲବ ସଭାପତି ତଥା ରୋଟାରୀଆନ ସୁନୀଲ ପଟ୍ଟନାୟକ ଯୋଗଦେଇ କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ ତୁମୁଡିବନ୍ଧ ଅଂଚଳରୁ ସୁଦୂର ମଧ୍ୟପ୍ରଦେଶର ଇନ୍ଦୋର ଯାଇ ସେଠାରେ ନିଜର ପ୍ରତିଭା ପ୍ରଦର୍ଶନ କରି ଲୋକ ନୃତ୍ୟରେ ପ୍ରଥମ ଓ ବକ୍ତୃତା ପ୍ରତଯୋଗିତରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅଣିଥିବାରୁ ସାଧୁବାଦ ଜଣାଇବା ସହ ୭ ଦିନ ଧରି ଇନ୍ଦୋର ଗସ୍ତ ଓ ସେଠାରେ ଅନ୍ୟ ରାଜ୍ୟରୁ ଆସିଥିବା ଯୁବକଯୁବତୀ ମାନଙ୍କ ସହ ହୋଇଥିବା କଳା, ସଂସ୍କୃତି, ସାହିତ୍ୟ ଓ ଭାବର ଆଦାନ ପ୍ରଦାନର ଅନୁଭୂତି ଭବିଷ୍ୟତରେ ଆଗକୁ ବଢିବାକୁ ପ୍ରେରଣା ଦେବବୋଲି କହିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ନାରାୟଣ ସାହୁ, କଣ୍ଠ ଶିଳ୍ପୀ, ସିନେ କଳାକାର, ସମାଜସେବୀ ଜଳନ୍ଧର କହଁର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ଆଦିବାସୀନେତା ସମାଜସେବୀ, ନାଟ୍ୟ ପ୍ରେମୀ, କ୍ରୀଡ଼ାବିତ ବୀରେନ୍ଦ୍ର କହଁର, ସିଆରପିଏଫ ଅଧିକାରୀ ସିମରନ ପାଠକ, ମହିଳା କର୍ମଚାରୀ ଲିଲି ଭୋଇ, ଶିବ ନାୟକ ପ୍ରମୁଖ ଯୋଗ ଦେଇ ଆଜିର ଯୁବ ସମାଜ ଆସନ୍ତାକାଲିର ଭବିଷ୍ୟତ । ଯୁବସମାଜ ପଥଭ୍ରଷ୍ଟ ନ ହୋଇ ସୁପଥରେ କାର୍ଯ୍ୟ କଲେ ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଠନ ହୋଇ ପାରିବ ବୋଲି କହିବା ସହ କୃତିତ୍ୱ ଲାଭ କରିଥିବାରୁ ଅଭିନନନ୍ଦନ ଜଣାଇଥିଲେ । ବକ୍ତୃତା ପ୍ରତିଯୋଗିତାରେ ଗଙ୍ଗାଧର ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

hiranchal ad1
Leave A Reply

Your email address will not be published.

one × one =