ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଖଜୁରୀ ଓ ତାଳ ରସରୁ ଗୁଡ଼ ପ୍ରସ୍ତୁତି, ଜିଲ୍ଲା ପ୍ରଶାସନ ଦେଲା ଅନୁମତି

0 161

ବୌଦ୍ଧ : ବେଆଇନ ମାଦକ ଦ୍ରବ୍ୟ ଭାବେ ବିବେଚିତ ହୋଇଥିବା ଖଜୁରୀ ଓ ତାଳ ରସକୁ ଆଜି ସର୍ବ ପ୍ରଥମେ ବୌଦ୍ଧ ଜିଲ୍ଲାରେ ଏହାର ସଦୁପଯୋଗ ପାଇଁ ଜିଲ୍ଲା ପ୍ରଶାସନ ହାତ ବଢାଇଛି । ଏହି ମାଦକ ଦ୍ରବ୍ୟରୁ ପ୍ରସ୍ତୁତ ହେଉଛି ସୁମଧୁର ଗୁଡ଼ । ଏହି ଗୁଡ଼ ତିଆରି କରିବାପାଇଁ ତାଲିମ୍‌ ମଧ୍ୟ ଦିଆଯାଉଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତ ଅଧିନସ୍ଥ ନାଏକପଡାଠାରେ ଆରମ୍ଭ ହୋଇଛି ଏହି ତାଲିମ୍‌ ଶିବିର । ରାଜ୍ୟ ତାଳ ଗୁଡ଼ ସମବାୟ ସମିତି ଆନୁକୂଲ୍ୟରେ ଆରମ୍ଭ ହୋଇଛି ଏହି ଖଜୁରୀ ଓ ତାଳ ରସରୁ ଗୁଡ଼ ପ୍ରସ୍ତୁତି ତାଲିମ୍‌ ଶିବିର ।

hiring

ଗତକାଲି ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ତାଲିମ୍‌ ଶିବିରକୁ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଉପ ଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର, ରାଜ୍ୟ ତାଳ ଗୁଡ଼ ସମବାୟ ସମିତିର ସଭାପତି, ସମ୍ପାଦକ ଓ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶ୍ରୀ ସାହୁ ରାଜ୍ୟରେ ଗୁଡ଼ର ପରିମାଣ ବୃଦ୍ଧି କରିବା ପାଇଁ ଆଖୁ ଚାଷ କ୍ରମଶଃ ଲୋପ ପାଇବାକୁ ବସିଥିବା ବେଳେ ତାଳ ଓ ଖଜୁରୀରୁ ପ୍ରସ୍ତୁତି ଏହି ଗୁଡ଼ ଚାହିଦା ମେଣ୍ଟାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଖଜୁରୀ ଓ ତାଳ ରସ ସଂଗ୍ରହ କରୁଥିବା ଚାଷୀମାନେ ଏକ ଭିନ୍ନ ଆଇନଗତ ରୋଜଗାର ପନ୍ଥା ପାଇଥିବାରୁ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି

hiranchal ad1
Leave A Reply

Your email address will not be published.

nineteen − twelve =