ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦ୍ୱିତୀୟ ଉତ୍କଳ କୃଷିମେଳା ଅନୁଷ୍ଠିତ

0 76

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ଉତ୍କଳ କୃଷିମେଳା ୨୧ ଓ ୨୨ କୃଷି ଜାଗରଣର ସମର୍ଥନରେ ଆୟୋଜିତ ହୋଇଛି । ଏଥିରେ ଚାଷୀମାନଙ୍କୁ ନୂତନ ଓ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଉଦଘାଟିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନଟବର ଷଡଙ୍ଗୀ, ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ଡକ୍ଟର ଅନିତା ପାତ୍ର, ଜାତୀୟ ସ୍ତରୀୟ କୃଷି ଗଣମାଧ୍ୟମ କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏସ.ସି. ଡୋମିନିକ୍‌ ଏବଂ ଏମ୍‌.ଏସ. ସ୍ୱାମୀ ନାଥନ୍‌ ସ୍କୁଲର ଅଧ୍ୟକ୍ଷ ପ୍ରଫେସର ଏମ୍‌. ଦେବେନ୍ଦର ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ କୃଷି କ୍ଷେତ୍ରର ଉନ୍ନତି ନିମନ୍ତେ ପରାମର୍ଶ ଦେଇଥିଲେ । ଏଠାରେ ଆୟୋଜନ ହୋଇଥିବା କୃଷି ମେଳାର ଗୁରୁତ୍ୱ ବିଷୟରେ ଚାଷୀମାନଙ୍କୁ ଜଣାଇଥିଲେ । ଏହି ମେଳାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ଯୋଗ ଦେଇଥିଲେ ଏବଂ ଚାଷୀମାନଙ୍କୁ ରାସାୟନିକ ପଦାର୍ଥ, କୃଷିଭିତ୍ତିକ ଯନ୍ତ୍ରପାତି ଏବଂ ନୂତନ କୃଷି ପ୍ରଣାଳୀ ଯେପରି Hydroponrs, protccted cultivation ବିଷୟରେ ଅବଗତ କରାଇଥିଲେ । ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ଏବଂ କୃଷି ଜାଗରଣ ସମସ୍ତ ଚାଷୀ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପ୍ରୟୋଜନ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସ୍ୱେଚ୍ଛାସେବକମାନଙ୍କୁ ଧନ୍ୟବାଦ ଦଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

15 + fourteen =