ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଉଦଘାଟିତ

0 63

ବୌଦ୍ଧ : ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ମେଳା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଓ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇ ନୂତନ ନୂତନ ବିଜ୍ଞାନ ପ୍ରକଳ୍ପ କରିବାକୁ ଉତ୍ସାହିତ କରିଥିଲେ । ବିଜ୍ଞାନ ପ୍ରକଳ୍ପ କରିବା ଦ୍ୱାରା ଛାତ୍ରୀ ମାନଙ୍କର ବିଜ୍ଞାନପ୍ରତି ଆଗ୍ରହ ବଢିବା ସହିତ ବୈଜ୍ଞାନିକ କୌଶଳ ହାସଲ କରିପାରିବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ଆୟଂଶା ପଟ୍ଟନାୟକ-ବିଶୋଧିତ ଜଳ, ଆଫ୍ରିନ ବେଗମ-ଟ୍ରାଫିକ ସଂକେତ, ସ୍ୱସ୍ତିସ୍ନେହା ଶାସିନୀ -ଜଳ ଚକ୍ର, ତୁଳସୀ ସାହୁ -ମସ୍ତିଷ୍କ, ସୁନେଲି ବାଘ-ଅବତଳ ଦର୍ପଣ, ସମୀକ୍ଷାରାଣୀ ପଟ୍ଟନାୟକ -ଟେଥୋସ୍କେପ, ପ୍ରାଚୀପ୍ରଭା ମେହେର -ପାଣିଭିତରେ ଥାଇ ରୁମାଲ ହେବନି ଓଦା, ବିଷ୍ନୁପ୍ରିୟା ପ୍ରଧାନ -ଆୟୁର୍ବେଦିକ ଇଲୋପ୍ୟାଥିକ ଆଦି ବହୁ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବରେ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ ଓ ବାମଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓମପ୍ରକାଶ ପ୍ରଧାନ ଯୋଗ ଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ପଦ୍ମଜା ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ, ପଦ୍ମନାଭ ସୁବୁଦ୍ଧି, ହେମନ୍ତ ସାହୁ, ଶିକ୍ଷୟିତ୍ରୀ ରେଣୁପ୍ରଭା ବେହେରା, କାତ୍ୟାୟିନୀ ପାଢ଼ୀ, ମମତା ପୁରୋହିତ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉକ୍ତ ବିଜ୍ଞାନ ମେଳାରୁ ମନୋନୀତ ପ୍ରକଳ୍ପ ଗୁଡିକ ମାର୍ଚ୍ଚ ଶେଷପର୍ଯ୍ୟାୟରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳରେ ଭାଗନେବାର ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

fourteen − 2 =