କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶକ୍ତି ପୀଠ ମା’ ତାରାତାରିଣୀଙ୍କ ମନ୍ଦିର ଦର୍ଶନ

0 83

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠର ଦର୍ଶନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନ ଆସିଥିଲେ । ମା’ଙ୍କ ଦର୍ଶନ ପରେ ପୂଜାରୀମାନଙ୍କ ସହ ଆଲୋଚନା କରିଥିଲେ । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାଟକୁମୁରଡା ପଞ୍ଚାୟତର ମେଡିକାଲ ଛକଠାରେ ଉପଢୋକନ ଓ ପୁଷ୍ପଗଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେଠାରେ ଅନ୍ୟ ନିର୍ବାଚନ ମଣ୍ଡଳୀର ନେତା କାର୍ଯ୍ୟକର୍ତ୍ତା ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ବିଜେପି ସାଂଗଠନିକ ଘୁମୁସର ଜିଲ୍ଲାର ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀନୀ ଭାରତୀ ବେହେରା, ରାଜ୍ୟ ଉପସଭାପତି ନେତ୍ରୀ ଅନିତା ଶୁଭଦର୍ଶିନୀ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିବିରାଜ ମହାପାତ୍ର, ଅରୁଣ ପଣ୍ଡା, ଭାଟକୁମୁରଡା ସମିତି ସଭ୍ୟ କୋରାନାଥ ସ୍ୱାଇଁ, ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା, କୋଦଳା ଏନ୍‌ ଏ ସି ଅଧ୍ୟକ୍ଷ ସୂର୍ଯ୍ୟ ନାୟକ, ବସନ୍ତ ସ୍ୱାଇଁ, ଯଜ୍ଞ ନାରାୟଣ ଦାସ,ଲିଟୁନ ଦାସ, ଚିତ୍ତରଞ୍ଜନ ସାହୁ,ମାନସ ଗୈଡ, ଶେଷଦେବ ପଣ୍ଡା, ସୁକାନ୍ତ ଦାସ, କୈଳାସ ଚନ୍ଦ୍ର ସାହୁ, ପ୍ରତାପ ନାୟକ ସହ ଶହ ଶହ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

nineteen + sixteen =