ସ୍ତ୍ରୀର ବେକ କାଟି ଦେଲା ସ୍ୱାମୀ

0 193

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅନ୍ତର୍ଗତ ବୁଡୁ ମାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀର ବେକକୁ କଟୁରୀରେ କାଟିଦେଲା ସ୍ୱାମୀ ।
ଗୁରୁବାର ସକାଳୁ ପାରିବାରିକ କହଳରୁ ଏଭଳି ଦୁଃଖଦ ଘଟଣା ଘଟିଛି । ସ୍ତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀଥିଲେ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ବୁଡ଼ୁମାହା ଗ୍ରାମର ବିସ୍ମିତା ମଲିକ ସୁଢୁମିଲା ଗାଁର ମଣ୍ଟୁ ମଲିକଙ୍କୁ ବିବାହ କରିଥିଲେ, ହେଲେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା । ସ୍ୱାମୀ ଓ ଶାଶୂଘରର ଗଞ୍ଜଣା ସହ୍ୟ କରିନପାରି ବିସ୍ମିତା ବାପା ଘରକୁ ଆସିଥିଲେ । ହେଲେ ଆଜି ମଣ୍ଟୁ ଶଶୁର ଘର ଗାଁକୁ ଯାଇ ଉତ୍ତ୍ୟକ୍ତ ହୋଇ ପତ୍ନୀ ବିସ୍ମିତା ଗାଧେଇକି ଘରକୁ ପ୍ରବେଶ କରିବା ସମୟରେ ଏହିଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।
ସସ୍ମିତାକୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ପ୍ରଥମେ କ. ନୂଆଗାଁ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ କ ନୂଆଗାଁ ଥାନା ପୋଲିସ ଏହାର ତଦନ୍ତ କରୁଛି ।
ମଣ୍ଟୁ ପୂର୍ବରୁ ମଧ୍ୟ ପତ୍ନୀ ବିସ୍ମିତାଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × three =