ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀ ହଟହଟା ; ଶୌଚାଲୟରେ ପ୍ରସ୍ତୁତ ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ

0 46

ଭବାନୀପାଟଣା : ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ମୁହାଁ କରୁଥିବା ବେଳେ ଏବେ ଏହି ସର୍ବ ଶିକ୍ଷା ଅଭିଯାନ ଫେଲ ମାରିବାରେ ବସିଛି । ଶେଣୀ ଗହ ଅଭାରୁ ଏବେ ଛାତ୍ରଛାତ୍ରୀ ହଟହଟା ହେବା ସହିତ ଗୋଟିଏ ଶ୍ରେଣୀ ଗୃହରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢୁଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ରଇନଗୁଡା ଗାଁ ପ୍ରାଥମିକ ବିଦ୍ୟାଳୟରେ । ଏହି ଗାଁର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ନିମନ୍ତେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ ।ପ୍ରାଥମିକ ବିଦ୍ୟାଳୟ ବାସ୍ତବିକ ଚିତ୍ରକୁ ଦେଖିଲେ ଶିକ୍ଷା ବିଭାଗ ଭୁଶୁଡି ପଡିଥିବା ଅନୁମାନ କରାଯାଏ । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ରହିଥିବା ବେଳେ ୮୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ହେଲେ ଆବଶ୍ୟକ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଏବେ ସ୍କୁଲ ଗୋଟିଏ ଶ୍ରେଣୀ କୋଠାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ପାଠ ପଢିବା ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ଗୋଟିଏ ଗୃହରେ ପାଠ ପଢିବା କଷ୍ଟସାଧ୍ୟ ହୋଇପଡୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏ ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ।

hiring

ଅନ୍ୟପଟେ ସ୍କୁଲର ନୂତନ କୋଠା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ଶୌଚାଲୟରେ ପ୍ରସ୍ତୁତ ହେଉଛି ରନ୍ଧାଖାଦ୍ୟ । ତେବେ ରୋଷେଇ କରିବା ପାଇଁ କିଛି ସୁବିଧା ନାହିଁ ବୋଲି ଏଠାରେ ଏବେ ପିଲାଙ୍କୁ ଦିଆଯାଉଛି । ଏଠାରେ ଏବେ ପିଲାଙ୍କୁ ରାନ୍ଧି ମଧ୍ୟାହ୍ନ ଭୋଜନ ଦିଆଯାଉଛି । ଶିକ୍ଷା ବ୍ୟବସ୍ଥାର ଏହେଉଛି ପ୍ରକୃତ ନଗ୍ନ ଚିତ୍ର । ଗୋଟାଏ ପଟେ ଶିକ୍ଷାର ମାନ ଓ ଭିତ୍ତିଭୂମି ଉନ୍ନତିକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ଅଞ୍ଚଳରେ ଅନେକ ବିଦ୍ୟାଲୟ ଏବେବି ନିଃସହାୟ ଭାବେ ଭାଗ୍ୟକୁ ଆଦରି ପଡିରହିଛି । ତୁରନ୍ତ ଏହି ବିଦ୍ୟାଲୟ ଗୃହ ନିର୍ମାଣ କରିବାକୁ ଦାବି ହେଉଛି । ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ବିଦ୍ୟାଳୟର ନୂତନ କୋଠା ସଂପର୍କରେ ଆମେ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ତୁରନ୍ତ ଏଠାରେ ନୂତନ କୋଠା ନିର୍ମାଣ କରାଯିବ ବୋଲି କହିଥିଲେ । ହେଲେ ସରକାର ତୁରନ୍ତ ଦୃଷ୍ଟି ଦେଇ ଏହି ଗାଁରେ ବିଦ୍ୟାଳୟ ପାଇଁ ଏକ ନୂତନ କୋଠା ନିର୍ମାଣ କଲେ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

7 + six =