ରଥଯାତ୍ରା ଉପଲକ୍ଷେ ବୌଦ୍ଧରେ ଭଜନ ସମାରୋହ କାର୍ଯ୍ୟକ୍ରମ

0 131

ବୌଦ୍ଧ,୭/୭- ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ପ୍ରାୟୋଜିତ ଓ ନାଗରିକ କମିଟି ଦ୍ୱାରା ଆୟୋଜିତ ବୁଧବାର ସନ୍ଧ୍ୟାରେ ମାଉସୀ ମା ମନ୍ଦିର ନିକଟସ୍ଥ ରଥ ସମ୍ମୁଖରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ତଥା ପଶ୍ଚିମ ଓଡିଶାର ସୁନାମଧନ୍ୟ ଗାୟକ ପଙ୍କଜ ଜାଲ ଓ ଓଡିଶାର ବଛାବଛା ଗାୟକ/ଗାୟିକା ରାଜକିଶୋର, ଅଲିଭା, ଦିପ୍ତିମୟୀ, ବୁବୁନ କୁମାର ପ୍ରମୁଖ କଣ୍ଠଶିଳ୍ପୀମାନେ ଭାବଭକ୍ତିଭରା ସୁମଧୁର କଣ୍ଠରେ ଭଜନ ପରିବେଷଣ କରିଥିବାବେଳେ ବାଦ୍ୟଯନ୍ତ୍ରରେ ସଚିନ, ଗୋପାଳ, ରତିକାନ୍ତ ସହଯୋଗ କରିଥିଲେ । ଦୂରଦୂରାନ୍ତରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାମବଳରାମ ବେଶକୁ ଦର୍ଶନ କରିବା ସହିତ ଭଜନ ସନ୍ଧ୍ୟାକୁ ଉପଭୋଗ କରିଥିଲେ । ଏହି ଭଜନ ସମାରୋହରେ ପଙ୍କଜ ଜାଲଙ୍କ ସୁମଧୁର କଣ୍ଠରେ ଏ ଜୀବନ ଯଉବନ ସବୁକିଛି ତୁମଦାନ…….. ଓ ଜୀବନକୁ କି ଅବା ଭରସା …………., କଣ୍ଠଶିଳ୍ପୀ ଅଲିଭାଙ୍କ ଝୁଲ୍‌ରେ ନିତାଇ ଝୁଲ୍‌……… ଓ ଅନ୍ୟାନ୍ୟ କଣ୍ଠଶିଳ୍ପୀଙ୍କ ଭଜନ ସମସ୍ତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । ବିଳମ୍ବିତ ରାତି ଯାଏଁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ଭଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

hiring

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନାଗରିକ କମିଟି ସଭାପତି ବିଶେଶ୍ୱର ପୃଷ୍ଟି, ଜର୍ଣ୍ଣାଲିଷ୍ଟ ଫୋରମ୍‌ର ସଂପାଦକ ଯୁଗଳ କିଶୋର ସାମଲଙ୍କ ସମେତ ଫୋରମର ସମସ୍ତ ସଦସ୍ୟ ଓ ନାଗରିକ କମିଟିର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen + 15 =