ବିଦ୍ରୋହୀ ଶିବସେନା ବିଧାୟକ ଗାଁରେ କରୁଛନ୍ତି ଚାଷ କାମ

0 52

ମୁମ୍ବାଇ :ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ତାଙ୍କ ଶିବିରର ଅଧିକାଂଶ ଶିବସେନା ବିଧାୟକ ନିଜ ନିଜ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ରୀନିବାସ ବାଙ୍ଗା ମଧ୍ୟ ଘରକୁ ଫେରିଛନ୍ତି । ଏବେ ସେ ତାଙ୍କ ପରିବାର ସହିତ ଗାଁରେ ଚାଷ ଜମିରେ କାମ କରୁଥିବା ଦେଖିବାକୁ ମିଳୁଛନ୍ତିା
ପାଲଘର ବିଧାୟକ ଶ୍ରୀନିବାସ ବାଙ୍ଗାଙ୍କର ତାଲାସରୀରେ ଧାନ କ୍ଷେତ ଅଛି, ଯେଉଁଠାରେ ସେ ତାଙ୍କ ମା, ପତ୍ନୀ ଏବଂ ୧୪ ବର୍ଷର ପୁଅ ସହିତ ରୁହନ୍ତି ।
ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ୪୦ ବର୍ଷିୟ ବାଙ୍ଗା ତାଙ୍କ ପରିବାର ସହିତ କ୍ଷେତରେ କାମ କରୁଥିବା ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପାଲଘରର ଏକ ଭଲ ମୌସୁମୀ କୃଷକମାନଙ୍କୁ ଭଲ ଅମଳ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିଛି ।
ବାଙ୍ଗା କହିଛନ୍ତି ଯେ ସେ ଉଦ୍ଧବ ଠାକରେଙ୍କ ବିଦ୍ରୋହରେ ଯୋଗ ଦେଇଥିଲେ କାରଣ ଶରଦ ପାୱାରଙ୍କ ରାଷ୍ଟ୍ରବାଦି କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ସହ ମିଳିତ ମଞ୍ଚକୁ ନେଇ ଆମ୍ଭେମାନେ ନିରାଶ ଥିଲୁ । ବାଙ୍ଗା କହିଛନ୍ତି, “ଏନସିପି ଆଗକୁ ବଢୁଥିବା ବେଳେ ଆମେ ହିନ୍ଦୁତ୍ୱର ଆଦର୍ଶରୁ ଦୂରେଇ ଯାଉଥିଲୁ । ତେଣୁ ମୁଁ ଏକନାଥ ସିନ୍ଦେଙ୍କ ସହ ଯିବାକୁ ସ୍ଥିର କଲି । ମୁଁ ତଥାପି ପୂର୍ବତନ ସିଏମ ଠାକରେଙ୍କୁ ସମ୍ମାନ କରେ’ ।
ସେ କହିଛନ୍ତି ଯେ, ଯଦିଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଥିଲେ ମଧ୍ୟ ସରକାର ଏନସିପି ଚଳାଉଥିବାରୁ ସମସ୍ତ ବିଧାୟକ ରାଗିଥିଲେ । ସେଥିପାଇଁ ଆମକୁ ଏହା କରିବାକୁ ପଡ଼ିଲା । ”ସେ କହିଛନ୍ତି ବିଦ୍ରୋହୀମାନେ ଉଦ୍ଧବ ଠାକରେଙ୍କୁ ବହୁତ ସମ୍ମାନ କରନ୍ତି ।

hiranchal ad1
Leave A Reply

Your email address will not be published.

16 + eighteen =