ପାହାଡ ଘେରା ଜଙ୍ଗଲ ରାସ୍ତା ଯୋଗୁ ପାଠପଢାରୁ ବଞ୍ଚିତ ୨୭ଜଣ ଛାତ୍ରଛାତ୍ରୀ

0 72

ନନ୍ଦାହାଣ୍ଡି: ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି । ସେଥିମଧ୍ୟରୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ୫-ଟି ମାଧ୍ୟମରେ ବିଦ୍ୟାଳୟ ଗୁଡିକର ରୂପାନ୍ତି କରଣ କରାଯାଉଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଲଙ୍ଗଳ ଅଟାଳ ଗ୍ରାମ ଯେଉଁ ଗ୍ରାମରେ ୨୭ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ନ ଥିବା ଯୋଗୁ ଶିକ୍ଷା ନିମନ୍ତେ ବଞ୍ଚିତ ହୋଇଛନ୍ତି । ସରକାରଙ୍କ ନିୟମ ଅନୁସାରେ ଯେଉଁ ବିଦ୍ୟାଳୟରେ ୧୫ ଜଣରୁ କମ ଛାତ୍ରଛାତ୍ରୀ ଥାନ୍ତି ସେଠାରେ ବିଦ୍ୟାଳୟ ବନ୍ଦ କରାଯାଉଥିଲା । ବର୍ତ୍ତମାନ ପାଠ ପଢିବାକୁ ତିନି କିଲୋମିଟର ଜଙ୍ଗଲ ରାସ୍ତାରେ କୁନି ପିଲାଙ୍କ ପଦଯାତ୍ରା ଦେଖିବାକୁ ମିଳିଛି । ବାଧକ ସଜିଲା ସରକାରୀ ନୀତି । ଆବଶ୍ୟକୀୟ ଛାତ୍ର ଛାତ୍ରୀ ଅଭାବରୁ ବନ୍ଦ ହୋଇଯାଇଛି ସ୍କୁଲ । ପାଠ ପଢିବାକୁ ୬ କିଲୋମିଟର ପାହାଡ଼ ଜଙ୍ଗଲ ଘେରା ରାସ୍ତାରେ କୁନି ପିଲା ମାନେ ବିପଦ ସଂକୁଳ ପଦଯାତ୍ରା କରି ଆସୁଛନ୍ତି ସ୍କୁଲ । ଆଉ ଗାଁର ଅନେକ କୁନି ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଡୋରି ପଡିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତର ଲଙ୍ଗଳଅଟାଳ ଗ୍ରାମ, ଯାହା କୋରାପୁଟ, ରାୟଗଡା ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଅବସ୍ଥିତ । ଏହି ଗ୍ରାମର କୁନିକୁନି ଛାତ୍ରଛାତ୍ରୀ ଯେଉଁମାନଙ୍କ ବୟସ ୫ ରୁ ୧୩ ବର୍ଷ ମଧ୍ୟରେ ହେବ ସେହି କୁନିକୁନି ଛାତ୍ରଛାତ୍ରୀ ପିଠିରେ ବହି ବସ୍ତାନୀର ଓଜନ ବୋହି ପାଠ ପଢିବା ପାଇଁ ପାଦରେ ଚାଲିଚାଲି ୬ କିଲୋମିଟର ରାସ୍ତା ଯିବାଆସିବା କରି ନିକଟସ୍ଥ ମୁଦୁଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସୁଛନ୍ତି । ବାପା,ମାଆଙ୍କ ବାରଣ ସତେ୍‌୍ୱ ପାହାଡ଼ ଜଙ୍ଗଲ ଘେରା ରାସ୍ତାରେ ହିଂସ୍ର ଜନ୍ତୁଙ୍କ ଭୟକୁ ଭ୍ରୁକ୍ଷେପ ନ କରି ଜ୍ଞାନର ଆଲୋକରେ ନିଜକୁ ଆଲୋକିତ କରିବା ଲକ୍ଷ ନେଇ ସ୍କୁଲକୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ମନକୁ ଉତ୍ତଫୁଲିତ କରିବା ସହ ବ୍ୟାକୁଳ ମଧ୍ୟ କରୁଛି । ଆବଶ୍ୟକୀୟ ଛାତ୍ରଛାତ୍ରୀଙ୍କ ଅଭାବରୁ ସରକାରୀ ନିୟମ ଅନୁସାରେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଗତ ଦୁଇ ବର୍ଷ ହେବ ନିକଟସ୍ଥ ଗ୍ରାମକୁ ଉଠିଯାଇଛି । ଯାହାଫଳରେ ଛାତ୍ରଛାତ୍ରୀଙ୍କୁ ୩ କିଲୋମିଟର ଦୂରରେ ଥିବା ମୁଦୁଲିଗୁଡା ସ୍କୁଲକୁ ପାଠ ପଢିବା ପାଇଁ ପିଠିରେ ବହି ବସ୍ତାନୀ ଧରି ଚାଲି ଚାଲି ଯାଉଛନ୍ତି । ମୁଦୁଲିଗୁଡା ବିଦ୍ୟାଳୟରେ ଲଙ୍ଗଳଅଟାଳ ଗ୍ରାମର ୨୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥବା ବେଳେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା ୩ ଜଣ ଛାତ୍ରଛାତ୍ରୀ, ଦୂତୀୟ ଶ୍ରେଣୀର ୧୧ ଜଣ,ତୃତୀୟ ଶ୍ରେଣୀର ୪ ଜଣ, ଚତୁର୍ଥ ଶ୍ରେଣୀର ୪ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ୬ କିଲୋମିଟର ବିପଦ ସଂକୁଳ ରାସ୍ତାରେ ଯିବା ଆସିବା କରିନପାରି ମାସରେ ୩ ରୁ ୪ ଦିନ ବିଦ୍ୟାଳୟକୁ ଆସୁଛନ୍ତି ।ଗାଁର ଅନେକ କୁନିକୁନି ଛାତ୍ରଛାତ୍ରୀ ଦୂର ଓ ବିପଦସଂକୁଳ ରାସ୍ତା କାରଣରୁ ବିଦ୍ୟାଳୟରେ ନାମ ନଲେଖାଇ ଘରେ ବସିକି ଅଛନ୍ତି । ଗାଁରେ ପୁଣିଥରେ ବିଦ୍ୟାଳୟ ଖୋଲାଯାଉ କିମ୍ବା ଛାତ୍ରଛାତ୍ରୀଙ୍କ ଜାତୟତର ସୁବିଧା କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ମୁଦୁଲିଗୁଡା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ରହିଛି । ଯେଉଁଠି ନଙ୍ଗଳଅଟାଳ ଗ୍ରାମର ୨୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସ୍କୁଲ ସ୍ଥାନାନ୍ତରିତ ହେବା ସମୟରେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ବସର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲା ପ୍ରଶାସନ ।କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରତିଶୃତି ପାଳନ ହୋଇପାରିଲା ନାହିଁ ଏ ସମ୍ପର୍କରେ ନନ୍ଦାହାଣ୍ଡି ବ୍ଲକ ଜୋନ୍‌ ୨ ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର ଗତ ଜିଲ୍ଲା ପରିଷଦ ବୈଠକରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଏହି ସମସ୍ୟାକୁ ନେଇ ଆମେ ନନ୍ଦାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ କ୍ଷିରୋଦ ଚନ୍ଦ୍ର ସାହୁଙ୍କୁ ସାକ୍ଷାତ କରିବାରୁ ସେ ତୁରନ୍ତ ଏହାର ସମାଧାନ କରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

two + six =