କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ

0 109

ପୁରୀ: ପୁରୀରେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ। ରାଜ୍ୟ ସରକାରଙ୍କ ପକ୍ଷରୁ https://edistrict.odisha.gov.in ଓ୍ବେବସାଇଟ୍ ଲିଙ୍କରେ ଆବେଦନ କରିପାରିବେ ହବିଷ୍ୟାଳି। ଆସନ୍ତା ୨୯ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ହେବାକୁ ଥିବା ହବିଷ୍ୟାଳି ଶିବିରରେ ତିନି ହଜାରରୁ ଅଧିକ ହବିଷ୍ୟାଳିଙ୍କ ରହଣି, ବ୍ରତ ପାଳନ ନିମନ୍ତେ ବ୍ୟବସ୍ଥା, ପ୍ରତିଦିନ ମହାପ୍ରସାଦ ସେବନ, ଶ୍ରୀଜଗନ୍ନାଥ ଦର୍ଶନ, ସକାଳ ଜଳଖିଆ, ସ୍ନାନ ଶୌଚ ନିମନ୍ତେ ବିଶେଷ ବ୍ୟବସ୍ଥା କରାଯିବ।
ପୁରୀ ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସ ସମେତ ବଗଲା, ବାଗେଡିଆ ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ୟବସ୍ଥା କରାଯାଉଛି।

hiring

କାର୍ତ୍ତିକ ମାସରେ ଶୀତକୁ ନଜରରେ ରଖି ହବିଷ୍ୟାଳିଙ୍କ ପାଇଁ କମ୍ବଳ, ମସା ଦାଉରୁ ରକ୍ଷା ନିମନ୍ତେ ମସାରୀ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ସେହିପରି ତୀର୍ଥ ପୁଷ୍କରିଣୀ ଗୁଡ଼ିକରେ ସୁରକ୍ଷା ପାଇଁ ଲାଇଫ ଗାର୍ଡ ମୁତୟନ କରାଯିବ। ହବିଷ୍ୟାଳି ଶିବିରରେ ସୂଚନା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ସହାୟତା ଡେସ୍କ ପ୍ରଭୃତି ଖୋଲାଯିବ। ହବିଷ୍ୟାଳିଙ୍କ ଶିବିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାତାୟତ ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ବସ୍ ବ୍ୟବସ୍ଥା ମଧ୍ୟ କରାଯିବ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସ୍ବତନ୍ତ୍ର ଯୋଜନାକୁ କିଭଳି ସୂଚାରୁରୂପେ କରିହେବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଉଥିବା କହିଛନ୍ତି ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଓ ପୁରୀ ଜିଲ୍ଲାପାଳ।

ସେହିପରି ଅଧିକ ସୂଚନା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ୯୬୯୨୭୨୦୫୯୪, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ୯୪୩୭୩୦୨୬୧୮, ଜିଲ୍ଲା କ୍ରୀଡ଼ା ଅଧିକାରୀ ୭୭୩୫୫୧୭୪୮୨ ସମେତ ଜିଲ୍ଲା କାର୍ଯ୍ୟାଳୟ ୦୬୭୫୨୨୨୨୬୬୪ ନମ୍ବର ଜାରି କରାଯାଇଛି। ଏହି ପଞ୍ଜିକରଣ ଆଜିଠାରୁ ଜିଲ୍ଲା ପୁରୀ ପର୍ଯ୍ୟଟକଙ୍କ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସେହିପରି ଅନ୍ୟ ଜିଲ୍ଲାର ହବିଷ୍ୟାଳି ମାନେ ନିଜ ନିଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଆବେଦନ କରିପାରିବେ।

hiranchal ad1
Leave A Reply

Your email address will not be published.

seventeen + twelve =