ସୌମ୍ୟଶେଖରଙ୍କ ବାପାଙ୍କୁ ଭେଟିଲେ “ମାଇଣ୍ଡ ଗେମ’ ଫିଲ୍ମର ପ୍ରଯୋଜକ

0 237

ପାଟଣାଗଡ଼ : ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଫିଲ୍ମ ମାଇଣ୍ଡ ଗେମର ରିଲିଜ ପୂର୍ବରୁ ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ଘଟଣାରେ ମୃତ ସୌମ୍ୟଶେଖରଙ୍କ ବାପାଙ୍କୁ ତାଙ୍କ ପାଟଣାଗଡ ବ୍ରହ୍ମପୁରା ସ୍ଥିତ ବାସଭବନରେ ଯେଉଁଠାରେ ବୋମାବିସ୍ଫୋରଣ ଘଟିଥିଲା, ସେଠାରେ ଭେଟି ମୋବାଇଲରେ ଫିଲ୍ମର ବିଷୟବସ୍ତୁ ଦେଖାଇବା ସହ ଫିଲ୍ମ ପ୍ରିମିୟର ସୋରେ ସାମିଲ ହେବାପାଇଁ ରବୀନ୍ଦ୍ର ସାହୁ ଓ ରିମା ସାହୁଙ୍କୁ ନିମନ୍ତ୍ରଣ କରିବା ସହିତ ରବୀନ୍ଦ୍ର ସାହୁଙ୍କୁ ନିଜ ଗାଡ଼ିରେ ସମ୍ବଲପୁର ସାଥିରେ ନେଇ ଯାଇଛନ୍ତି । ଘଟଣାକୁ ଆଧାରିତ ଫିଲ୍ମଟି ନିର୍ମିତ କରିବାକୁ ବହୁ ବାଦବିବାଦ ପରେ ଆଜି ସନ୍ଧ୍ୟା ୫ ଟା ସମୟରେ ସମ୍ୱଲପୁର ସ୍ଥିତ ଏକ ଘରୋଇ ଟକିଜରେ ରିଲିଜ୍‌ ହେବାକୁ ଥିବା ଫିଲ୍ମଟି ସମ୍ବଲପୁରୀ ବ୍ୟତୀତ ୫ ଟି ଭାଷାରେ ଆଧାରିତ ନିର୍ମିତ ହୋଇଥିବା ଫିଲ୍ମଟି ସମାଜ ପାଇଁ ଏକ ବର୍ତ୍ତା ଯୋଗାଇଥିବା ବେଳେ ଯେଡେ ବଡ଼ କ୍ରିମିନାଲ ହେଲେ ମଧ୍ୟ ତାକୁ ଧରିବାରେ ପୁଲିସର ଭୂମିକା ଅନ୍ୟାନ ଏବଂ ଫିଲ୍ମ ମୁକ୍ତିଲାଭ ପାଇବା ପୂର୍ବରୁ ମାନବିକତା ଦୃଷ୍ଟି କୋଣରୁ ସୌମ୍ୟଙ୍କ ପରିବାରକୁ ଭେଟିଛି ବୋଲି ପ୍ରଯୋଜକ ଶ୍ରୀ ମାର୍ଥା କହିଥିଲେ । ଅନ୍ୟପଟେ ରିଲିଜ ହେଉଥିବା ଫିଲ୍ମ୍‌କୁ ମୋବାଇଲରେ ଦେଖି ସୌମ୍ୟଙ୍କ ବାପା ଫିଲ୍ମଟିକୁ ସମ୍ପୂର୍ଣ୍ଣ ଦେଖିଲା ପରେ ତାଙ୍କ ସପକ୍ଷରେ ରହିବ ଏବଂ ଦୋଷୀକୁ କଠୋରରୁ କଠୋରତମ ଦଣ୍ଡିତ ହେବ ବୋଲି ବିଶ୍ୱାସ ରହିଛି କୋହଭରା କଣ୍ଠରେ ରବିନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ଫିଲ୍ମଟି ଦେଖିବାକୁ ବିଭିନ୍ନ ଘରୋଇ ଟକିଜ ଗୁଡିକରେ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

five × two =