ରଥ କାରୀଗରଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା

0 139

ପୁରୀ- ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ଓଡିଶା ଆନୁକୁଲ୍ୟରେ ସମାଜସେବୀ ଶାନ୍ତି ମହାରଣାଙ୍କ ସୌଜନ୍ୟରୁ ରଥ କାରିଗର ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ବୁଧବାର ରଥଖଳାରେ ସମିତିର ପ୍ରାଦେଶିକ ସଭାପତି ଇଂ ରାମକୃଷ୍ଣ ମହାରଣା ତିନିରଥ ର ମୁଖ୍ୟ ମହାରଣା,ଭୋଇ ସର୍ଦ୍ଦାର ଏବଂ ମୁଖ୍ୟ ଓଝା ମହାରଣାଙ୍କୁ ଉପଢୌକନ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ।

hiring

ସେହିଭଳି ରଥର ଅନ୍ୟ ମହାରଣା,ଓଝା ମହାରଣା,ଭୋଇ ସେବକ, ପାହି ମହାରଣା ଓ ରୂପକାର ସେବକ ମାନଙ୍କୁ ଶ୍ରୀମତୀ ସୁଜାତା ମହାରଣା ,ସମିତିର ସାଧାରଣ ସମ୍ପାଦକ ଇଁ ପ୍ରଭାକର ମହାରଣା,ଯୁଗ୍ମ ସମ୍ପାଦକ ଇଂ ସୁବ୍ରତ କୁମାର ମହାରଣା, ସଦସ୍ୟ ରାମହରି ମହାରଣା ଏବଂ ବାରେଦ୍ର ମହାରଣା ପ୍ରମୁଖ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମୁଦାୟ ୨୦୬ଜଣ ରଥ ନିର୍ମାଣ ରେ ନିୟୋଜିତ ବିଶ୍ଵକର୍ମା, ଭୋଇସେବକ,ରୂପକାର,ଓଝ ମହରଣା,ଏବଂ ପାହି ମହାରଣାଙ୍କୁ ସେମାନଙ୍କର ନିଷ୍ଠାପର ସେବାପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

five × one =