ଶିଶୁ ମନ୍ଦିରର ବିକାଶ ପାଇଁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ବୈଠକ

0 558

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବ ନିର୍ବାଚିତ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଶିକ୍ଷାବିତ ଲଳିତ ମୋହନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସଂକୁଳ ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଦଶରଥ ମେହେର ଯୋଗଦେଇ ଶିଶୁ ମନ୍ଦିରର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଏହାର ଉନ୍ନତି ଦିଗରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ୬ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ରାଣି ସାହୁ, ଆଇନଜୀବୀ ଅଶୋକ ସାହୁ ଯୋଗ ଦେଇ ପାନୀୟଜଳ ଦୂର କରିବା ପାଇଁ ଏକ ସୋଲାର ପାନୀୟଜଳ ପ୍ରକଳ୍ପ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ମୁଣ୍ଡାପଡା ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ତେଲିବନ୍ଧ ସରପଞ୍ଚ ରତ୍ନାକର ନାଏକ, ଖୁଂଟବନ୍ଧ ସରପଞ୍ଚ ଟୁନି ମହାନନ୍ଦିଆ, ମକୁନ୍ଦପୁର ସରପଞ୍ଚ ସୌଦାମିନୀ ବାରିକ,ଲଷ୍ମୀପ୍ରସାଦ ସରପଞ୍ଚ ପ୍ରତିନିଧି ମନରଞ୍ଜନ ପୁରୋହିତ, ଖୁଂଟବନ୍ଧ ସମିତି ସଭ୍ୟା ଐଶ୍ୱର୍ଯ୍ୟା ମିଶ୍ର, ତେଲିବନ୍ଧ ସମିତି ସଭ୍ୟ ସୁନୀଲ ସେଠୀ, ପଦ୍ମନପୁର ସମିତି ସଭ୍ୟ ପ୍ରଫୁଲ୍ଲ ତରିଆ, ଶିକ୍ଷକ ପ୍ରକାଶ ପରିଡ଼ା, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇ ଶିଶୁ ମନ୍ଦିରର ଉନ୍ନତି ପାଇଁ ଶାରୀରିକ, ମାନସିକ ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ମତବ୍ୟକ୍ତ କରିଥିଲେ । ପ୍ରଥମେ ପ୍ରାର୍ଥନା କରାଯାଇ ବୈଠକ ଆରମ୍ଭ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ମେହେର ସ୍ୱାଗତ ଭାଷଣ ଦେଇଥିଲେ । ଏହାପରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପରିଚାଳନା କମିଟି ସଦସ୍ୟ ଉପେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଶିଶୁ ମନ୍ଦିର ଉନ୍ନୟନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ମନରଞ୍ଜନ ପୁରୋହିତ, ଉପ ସଭାପତି ଅରୁଣ ବାଘ, ସାମ୍ପାଦକ ଜଗଦୀଶ ବାରିକ,ସହ ସାମ୍ପାଦକ ରତ୍ନାକର ନାଏକ, କୋଷାଧ୍ୟକ୍ଷ ବିଜୟ କୁମାର ସାହୁ,ସଭ୍ୟ ଭାବେ ଖୁଂଟବନ୍ଧ, ଲଷ୍ମୀପ୍ରସାଦ, ତେଲିବନ୍ଧ, ପଦ୍ମନପୁର ଓ ମୁଣ୍ଡାପଡ଼ା ପଂଚାୟତର ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଏବଂ ଉପଦେଷ୍ଟା ଭାବେ ୬ ନଂ ଓ ୫ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା କଲ୍ପନା ରାଣୀ ସାହୁ ଓ ଉର୍ମିଳା ଝାଙ୍କରଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ସାମ୍ପାଦକ ଦେବ ନାରାୟଣ ପ୍ରଧାନ, ଉପ ସଭାପତି ଯାଦବ କିଶୋର କର୍ଣ୍ଣ, ବିଜୟ କୁମାର ସାହୁ, ଜଗଦୀଶ ବାରିକ, ସମସ୍ତ ଗୁରୁଜୀ ଗୁରୁମା ଓ ଅଭିଭାବକ ଅଭିଭାବିକା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

8 + 13 =