ସମ୍ବଲପୁର ଫୁଟବଲ୍‌ ଏକାଡେମୀରେ “ଫିଫା ଫୁଟବଲ୍‌ ଫର୍‌ ସ୍କୁଲ’ର ଦ୍ୱି-ଦିବସୀୟ କର୍ମଶାଳା

0 148

ସମ୍ବଲପୁର:ବିଦ୍ୟାଳୟ ସ୍ତରରେ ଫୁଟବଲକୁ ପ୍ରୋତ୍ସାହିତ କରିବା ପାଇଁ ଫୁଟବଲ ଆସୋସିଏସନର ଅନ୍ତଃରାଷ୍ଟ୍ରୀୟ ମହାସଂଘ ବା ଫିଫା ପକ୍ଷରୁ “ଫୁଟବଲ୍‌ ଫର୍‌ ସ୍କୁଲ’ ନାଁ’ରେ ଆନ୍ତର୍ଜାତୀୟ ଯୋଜନା ହାତକୁ ନିଆଯାଇଛି । ଏଥିରେ ପୃଥିବୀର ବିଭିନ୍ନ ଦେଶର ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକମାନଙ୍କୁ କର୍ମଶାଳା ଜରିଆରେ ପ୍ରଶିକ୍ଷଣ ଦିଆଯାଉଛି ।ଏହି ମର୍ମରେ ଭରତ ସରକାରଙ୍କର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଭାରତର ତିନୋଟି ସ୍ଥାନରେ ଏଭଳି କର୍ମଶାଳା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଓ ଅଖିଳ ଭାରତୀୟ ଫୁଟବଲ୍‌ ମହାସଂଘର ମିଳିତ ଉଦ୍ୟମ କ୍ରମେ ଭାରତର ସମସ୍ତ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକର ଶାରୀରିକ ପ୍ରଶିକ୍ଷଣ ଶିକ୍ଷକଙ୍କୁ ପ୍ରଶିକ୍ଷିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଫିଫା ଫୁଟବଲ୍‌ ଫର୍‌ ସ୍କୁଲ କାର୍ଯ୍ୟକ୍ରମର ପ୍ରଥମ ପ୍ରଶିକ୍ଷଣ କର୍ମଶାଳା ସମ୍ବଲପୁରଠାରେ ଆୟୋଜିତ ହେଉଛି । ସମ୍ବଲପୁର ସହର ଉପକଣ୍ଠ ପିତାପାଲି ସ୍ଥିତ ସମ୍ବଲପୁର ଫୁଟବଲ୍‌ ଏକାଡେମୀଠାରେ ଦ୍ୱି-ଦିବସୀୟ କର୍ମଶାଳାର ଶୁଭାରମ୍ଭ ହୋଇଯାଇଛି । ଏହି କର୍ମଶାଳାର ଉଦଘାଟନୀ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରାଳୟର ଉପସଚିବ ଚରଣଜିତ୍‌ ତନେଜା, ଫିଫା ଫୁଟବଲ୍‌ ଫର୍‌ ସ୍କୁଲର ଜାତୀୟ ସଂଯୋଜକ ଅମ୍ଳାନ କଲମ, ଫିଫା ଫୁଟବଲ୍‌ ଫର୍‌ ସ୍କୁଲର ପ୍ରକଳ୍ପ ପ୍ରବନ୍ଧକ ଆଣ୍ଟନିଓ ସାଞ୍ଚେସ, ଅଖିଳ ଭାରତୀୟ ଫୁଟବଲ୍‌ ମହାସଂଘର ତୃଣମୂଳ କମିଟି ଅଧ୍ୟକ୍ଷ ମୂଲରାଜ୍‌ ସିଂ ଓ ଅନ୍ୟ ଅତିଥିମାନେ ଦ୍ୱୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରର ଶୁଭ ଉଦଘାଟନ କରିଥିଲେ ।

hiring

ଏହି କାର୍ଯ୍ୟକ୍ରମରେ ଆନ୍ୟମାନଙ୍କ ମଧ୍ୟରେ ଫିଫାର ଚାରିଜଣ ପ୍ରଶିକ୍ଷକ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ସମ୍ଭାଗ ଉପାୟୁକ୍ତ ଡ.ଶିହରଣ ବୋଷ, ନବୋଦୟ ବିଦ୍ୟାଳୟ ସମିତିର ଆଞ୍ଚଳିକ କାର୍ଯ୍ୟାଳୟ ଭୋପାଳର ସହାୟକ ଆୟୁକ୍ତ ମଞ୍ଜୁରାଣୀ ଶର୍ମା, କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର-୧ର ଅଧ୍ୟକ୍ଷ ଡ.ପ୍ରଶାନ୍ତ କୁମାର ଷଡଙ୍ଗୀ, ନବୋଦୟ ବିଦ୍ୟାଳୟ ଗୋଶାଳାର ଅଧ୍ୟକ୍ଷ ଏସ୍‌.ଦାସ, ସମ୍ବଲପୁର ଫୁଟବଲ୍‌ ଏକାଡେମୀ ସଚିବ ଅତନୁ ଘୋଷ ପ୍ରମୁଖ ଉପସ୍ଥିତ ରହିଥିଲେ । ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅରୁଣ କୁମାର ଯୋଶୀ ଓ ନବୋଦୟ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଜେ. ପି. କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ କର୍ମଶାଳାରେ ଭାରତର ପୂର୍ବ ଓ ଉତ୍ତର-ପୁର୍ବର ୧୩ ଗୋଟି ରାଜ୍ୟରୁ ୯୫ଜଣ ଶାରୀରିକ ପ୍ରଶିକ୍ଷକ ଯୋଗ ଦେଇଛନ୍ତି । ଏହି ପ୍ରଶିକ୍ଷଣ କର୍ମଶାଳାଧ ପୂର୍ବାହ୍ନରେ ଥିଓରୀ (ଲିଖିତ ଓ ବାଚିକ) ପ୍ରଶିକ୍ଷଣ ଦିଆଯାଉଛି ଓ ଅପରାହ୍ନରେ ପ୍ରାକ୍ଟିକାଲ (ବ୍ୟବହାରିକ) ପ୍ରଶିକ୍ଷଣ ଦିଆଯାଉଛି । ପ୍ରଶିକ୍ଷଣ କର୍ମଶାଳାର ଶେଷ ଦିନରେ ସମସ୍ତ ପ୍ରଶିକ୍ଷାର୍ଥ ମାନଙ୍କୁ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ୍‌ କରାଯିବ । ସମ୍ବଲପୁର ପରେ ପୁନେ ଓ ବାଙ୍ଗାଲୋର ଠାରେ ଏଭଳି ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହେବ, ଯେଉଁଥିରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରୁ ପ୍ରଶିକ୍ଷାର୍ଥୀମାନେ ଭାଗ ନେବେ । ଫିଫା ପରି ଆନ୍ତର୍ଜାତୀୟ ସଙ୍ଗଠନର ଏଭଳି ଏକ ଅନ୍ତରାଷ୍ଟ୍ରୀୟ ପ୍ରଶିକ୍ଷଣ କର୍ମଶାଳାର କାର୍ଯ୍ୟକ୍ରମ ସମ୍ବଲପୁରରେ ଆୟୋଜନ କରିଥିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଜପାର କ୍ଷେତ୍ରୀୟ ପ୍ରବକ୍ତା ଓ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 16 =