କଟକ:ଚଳିତ ବର୍ଷ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଥିବା ୩୭ ତମ ନେସନାଲ ଗେମରେ ଓଡିଶାର ସ୍କୁୟା ମାର୍ଶିଆଲ ଆର୍ଟସର (SQAY MARTIAL ARTS) ଖେଳାଳିମାନେ ବାରବାଟୀ-କଟକ ବିଧାୟକ ଇଂମହମ୍ମଦ ମୋକିମଙ୍କୁ ତାଙ୍କ ସେଲଟର ଛକ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ଭେଟିଥିଲେ । ଏହି ଅବସରରେ ବିଧାୟକ ମୋକିମ ଖେଳାଳିମାନଙ୍କର ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଥିଲେ । କିପରି ଓଡିଶା ଅଧିକରୁ ଅଧିକ ମେଡାଲ ପାଇବ ସେଥିପାଇଁ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଯେଉଁ ଖେଳାଳିମାନେ ସ୍ଵର୍ଣ୍ଣ ଜିତେବେ ସେମାନଙ୍କୁ ୨୫୦୦୦ ଟଙ୍କା, ରୌପ୍ୟ ଜିତିଲେ ୧୫୦୦୦ ଟଙ୍କା ଓ ବ୍ରୋଞ୍ଜ ଜିତିଲେ ୧୦୦୦୦ ଟଙ୍କା ମୋକିମ ଫାଉଣ୍ଡେସନ ପକ୍ଷରୁ ଦିଆଯିବ ବୋଲି ବିଧାୟକ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସ୍କୁୟା ମାର୍ଶିଆଲ ଆର୍ଟସର ସଭାପତି ସୁଶାନ୍ତ କୁମାର ସିହ୍ନା, ସମ୍ପାଦକ ସେକ ସଲାଉଦ୍ଦୀନ, କାର୍ଯ୍ୟକାରୀ ସଭାପତି କେଦାର ଷଡଙ୍ଗୀ, କୋଚ ମହମ୍ମଦ ସରିଫ, ସିରାଜ ଖାନ ଓ ଯୋଗେଶ୍ଵର ବେହେରା ଓ ଫିରସତ ଖାନଙ୍କ ସହ ମ୍ୟାନେଜର ଯସ୍ମିନ ବେଗମ ଉପସ୍ଥିତ ଥିଲେ ।