ଆଡକଟା ବନମାଳୀ ବାରିକ ମହାବିଦ୍ୟାଳୟରେ ମହାବୀରଙ୍କ ଚାଳିଶା

0 250

ଗଣିଆ : ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଆଡକଟା ବନମାଳୀ ବାରିକ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଏକ ଅଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହନୁମାନ ଚାଳିଶା ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଅତି ନିଷ୍ଠାର ସହିତ ଆୟୋଜିତ ହୋଇଥିବା ବେଳେ ପ୍ରବଚକ ଭାବେ ଖଣ୍ଡପଡା ବ୍ଲକ ମଇଁଷିବିନ୍ଧା ଲଷ୍ମୀନାରାୟଣ ଆଶ୍ରମର ଶ୍ରୀମାନ କାଳନ୍ଦୀଚରଣ ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦୈନନ୍ଦିନ ହନୁମାନ ଚାଳିଶା ପାଠ କରିବା ପାଇଁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀରାମ ଚରିତମାନସ ପ୍ରବକ୍ତା ଅନନ୍ତ ଚରଣ ପାଣିଗ୍ରାହୀ, ହନୁମାନ ଚାଳିଶା ସଂଯୋଜକ ଗିରିଶ କୁମାର ମିଶ୍ର, ବାଙ୍କବିହାରୀ ରାଉତ, କାଶୀନ୍ନାଥ ବାରିକଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକଅଧ୍ୟାପିକା କର୍ମଚାରୀ ଓ ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ସମ୍ପର୍ଣ୍ଣ ହନୁମାନ ଚାଳିଶାକୁ ସର୍ବଦା ପାଠ କରିବାଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହେବାସହିତ ଶ୍ରୀ ମହାବୀରଙ୍କ ଶୁଭାର୍ଶୀବାଦ ପ୍ରାପ୍ତ ହୋଇଥାଏ ବୋଲି ହୃଦୟଙ୍ଗମ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 2 =