ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହରରେ ନିଜସ୍ୱ ଜାଗା ନଥିବା ଫଳରେ ସେମାନେ ଅସୁବିଧାରେ ରହିଛନ୍ତି । ଫଳରେ ସେମାନଙ୍କ ପାଇଁ ଜମି ଯୋଗାଇ ଦେବାଲାଗି ପ୍ରେସକ୍ଳବ ପକ୍ଷରୁ ଗତ ଦୁଇବର୍ଷ ଧରି ଉଦ୍ୟମ କରାଯାଇ ଆସୁଥିଲା । ହେଲେ ଅତିଶୀଘ୍ର କାର୍ଯ୍ୟରତ ପ୍ରେସ କ୍ଳବ ସଦସ୍ୟ ମାନଙ୍କୁ ଏକ କମ୍ୟୁନିଟି ହଲ ସହ ଜାଗା ଯୋଗାଇଦେବାଲାଗି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ସୂର୍ଯ୍ୟ ବେହେରା, ସିବ ନାୟକ, ଶିବାନନ୍ଦ ପଟ୍ଟନାୟକ, ଜୟସେନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ ।
ଅତିରିକ୍ତ ଜିଲାପାଳ ଶ୍ରୀ ସାହୁ ସାମ୍ବାଦିକମାନଙ୍କୁ ଯେପରି ଅତିଶୀଘ୍ର ଜମି ମିଳିବ ସେଥିପ୍ରତି ସହୃଦୟତାର ସହ ବିଚାର କରାଯିବ ବୋଲି କହିଥିଲେ । ଫଳରେ ପ୍ରେସ କ୍ଳବ ସଦସ୍ୟମାନେ ଖୁସି ବ୍ୟକ୍ତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post