ଆସନ୍ତାକାଲି ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ

0 132

ପୁରୀ : ଆସନ୍ତାକାଲି ମଙ୍ଗଳବାର ପୁରୀରେ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥ ଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ । ପୁରୀ ଟାଉନ୍‌ ହଲ୍‌ରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ କେନ୍ଦ୍ରାଞ୍ଚଳ ଆର୍‌ଡିସି ସହ ପୁରୀ ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ । ଏହି ବୈଠକରେ ମୁଖ୍ୟତଃ ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଆୟୋଜନ ହୋଇ ପାରିବ ସେ ନେଇ ଆଲୋଚନା ହେବ ।
ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଚନ୍ତି ଚଳିତ ବର୍ଷ ରଥ ଯାତ୍ରା ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଣୁ ଭକ୍ତଙ୍କ ଯାତାୟତ ସୁବିଧା, ଶୃଙ୍ଖଳିତ ଦର୍ଶନ, ବିଭିନ୍ନ ମୌଳିକ ସୁବିଧାକୁ ସୁଦୃଢ଼ କରିବା, ଶୃଙ୍ଖଳିତ ରଥଟଣା ଉପରେ ଆଲୋଚନା ଓ ବିଚାର ବିମର୍ଶ ହେବ । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ରଥ ଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ଫଳରେ ଯାତାୟତରେ ବାଧା ଉପୁଜିବା ଆଶଙ୍କା ରହିଛି । ଏଣୁ ରଥଯାତ୍ରା ପୂର୍ବରୁ କିଭଳି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ସେ ନେଇ ଆଲୋଚନା ହେବ । ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ପାନୀୟ ଜଳ, ଲାଇଟ ବ୍ୟବସ୍ଥା, ରାସ୍ତା ଘାଟ ମରାମତି, ଡ୍ରେନେଜ ନିର୍ମାଣ, ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହେବ । ତେବେ ସବୁ ବିଭାଗ କିଭଳି ସମନ୍ୱୟ ରଖି ସବୁ କାର୍ଯ୍ୟ ଆଗେଇ ନେବେ ସେ ନେଇ ଆଲୋଚନା ହେବ ।

hiring

hiranchal ad1
Leave A Reply

Your email address will not be published.

18 + 17 =