ଅନ୍ତର୍ଜାତୀୟ ମହିଳା ଦିବସରେ ନାରି ଶକ୍ତି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିବା ଶ୍ରୁତି ମହାପାତ୍ରଙ୍କ ବାୟୋପିକ “ପାଦେ ଆକାଶ’ ଖୁବଶୀଘ୍ର ପରଦାକୁ ଆସିବ ବୋଲି ଜଣାପଡିଛି । ଶ୍ରୁତିଙ୍କ ବାୟୋପିକରେ ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତ ସାହୁ ନଜର ଆସିବେ । ଏହି ଫିଲ୍ମଟିକୁ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ପ୍ରଯୋଜିତ ହୋଇଛି । ଏହି ନେଇ ଶ୍ରୁତି ମହାପାତ୍ର ମଧ୍ୟ ଖୁବ ଉତ୍ସାହିତ ଥିବା ବେଳେ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ଫିଲ୍ମକୁ ନେଇ ଖୁବ ଆଶାବାଦୀ ଅଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ଏକ ଘରୋଇ ନ୍ୟୁଜ ଚ୍ୟାନେଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି ।
ଶ୍ରୁତି ମହାପାତ୍ର ଦିବ୍ୟାଙ୍ଗ ଅଧିକାର ପାଇଁ ଲଢ଼େଇ କରି ଲୋକପ୍ରିୟତା ହାସଲ କରିଛନ୍ତି। ଓଡ଼ିଶା ପ୍ରୋଟେକସନ ଅଫ ଚାଇଲ୍ଡ ରାଇଟର ପୂର୍ବତନ କମିଶନ ହେଉଛନ୍ତି ଶ୍ରୁତି। ସେ ବର୍ତ୍ତମାନ ଜାତୀୟ ଦିବ୍ୟାଙ୍ଗ ଅଧିକାରୀ କମିଟିର ସଦସ୍ୟ ରହିଛନ୍ତି।