ନରସିଂହ ମିଶ୍ରଙ୍କ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ, ମରୁଡି ଘୋଷଣା ଓ ସାର ଯୋଗାଣ ପାଇଁ ଦାବି

0 151

ସୁବର୍ଣ୍ଣପୁର: ଆଜି ଓଡିଶା ବିଧାନ ସଭାର କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତରେ ଆସି ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଓ ପୁରାପ୍ରସ୍ତୁତ ରହିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ଏବଂ ଜ଼ିଲ୍ଲାର ସୋନପୁର, ଉଲୁଣ୍ଡା, ବୀରମହାରାଜପୁର, ତରଭା ଏହି ଚାରୋଟି ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଓ ବିନିକା ଡୁଙ୍ଗୁରିପାଲି ବ୍ଲକକୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ ପାଇଁ ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଦାବି ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମ ଓ ବୈଠକରେ କଂଗ୍ରେସର ଜ଼ିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା, ଯୁବ ନେତା ସୁଧୀର ପଣ୍ଡା, ପ୍ରାକ୍ତନ ବିଧାୟକ ବିନୋଦ ପାତ୍ର, ଯୁବନେତା ଜିତେନ୍‌ ପଟ୍ଟନାୟକ, ପ୍ରଦୀପ ସେଠି, ନରେନ୍ଦ୍ର ପଣ୍ଡା, ରଂଜିତ ରାୟ, ରାଜେଶ ମିଶ୍ର, ଶେଷଦେବ ମେହେର, ନରେନ୍ଦ୍ର ସାହୁ, ନିମେଇଁ ପାଣିଗ୍ରାହୀ, ରାଘବ, ସୁରୁ ମଟାରୀ, ସତ୍ୟଜିତ ସାହୁ ଓ ନାରୀ ନେତ୍ରୀ ସୂର୍ଯ୍ୟକାନ୍ତି ବାଘ, ସତ୍ୟଭାମା ମେହେର ପ୍ରମୁଖ ସକ୍ରିୟ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

11 − three =