ଶିଶୁଙ୍କ ପ୍ରବେଶରେ ହସି ଉଠିଲା ବିଦ୍ୟାଳୟ

0 158

ଫୁଲବାଣୀ: କଥାରେ ଅଛି ଶିଶୁ ହସିଲେ ଜଗତ ହସେ । ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଠାରୁ ଶିକ୍ଷା ଅନୁଷ୍ଠାନ ଖୋଲିଛି । ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟକୁ ନିୟମିତ ଯାଇ ଅଫ ଲାଇନରେ ପାଠ ପଢ଼ିବେ, ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବେ ନିଜ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଜାଣିବେ ଏଭଳି କିଛି ଚିନ୍ତାଧାରାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଘରେ ରହି ଅନଲାଇନରେ ପାଠ ପଢ଼ୁଥିଲେ । ସରକାରଙ୍କ ନିଷ୍ପତ୍ତି କ୍ରମେ ସୋମବାର ଠାରୁ ପ୍ରାଥମିକ ବିଦ୍ୟାଳୟ ଗୁଡିକ ଖୋଲାଯାଇଛି । ଫଳରେ କେବଳ ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଯାଇଛି । ସେହିପରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସକାଳ ୯ଟାରୁ ବିଦ୍ୟାଳୟରେ ପହଁଚି ଆଚାର୍ଯ୍ୟ ଆଚାର୍ଯ୍ୟା ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଏହି ଦୁଇବର୍ଷ କରୋନା ସମୟରେ ସେମାନେ କିଭଳି ଘରେ ସମୟ ବିତାଉଥିଲେ ସେନେଇ ନିଜ ଅନୁଭୁତି ବଖାଣିଥିଲେ । ପ୍ରଥମ ଦିନରେ ୮୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିବା ବେଳେ ତାର ପରବର୍ତ୍ତୀ ଦିବସରେ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ଅଭିଭାବକ ଅଭିଭାବିକାଙ୍କ ସହ ପହଁଚି ଥିଲେ । ଶିଶୁଙ୍କ ଖୁସି କହିଲେ ନ ସରେ । ଦୀର୍ଘଦିନ ପରେ ସେମାନଙ୍କ ବିଦ୍ୟାଳୟ ଗମନାଗମନର ଯେଉଁ ପ୍ରତୀକ୍ଷା ,ତାହାର ଅନ୍ତ ଘଟିଛି ଅର୍ଥାତ ସମଗ୍ର ବିଦ୍ୟାଳୟ ପରିବେଶ ଖୁସିରେ ଭରିଯାଇଛି ।

hiranchal ad1
Leave A Reply

Your email address will not be published.

three × five =