ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ଉଦ୍ୟମରେ କୂଅରୁ ସୁରକ୍ଷିତ ଭାବେ ବଳଦକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

0 243

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଉଡେନ ଗ୍ରାମର ଡୁଙ୍ଗୁରିପାଲିପଡ଼ା ଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । ରଖେ ହରି ତ ମାରେ କିଏ ଆଉ ମାରେ ହରି ତ ରଖେ କିଏ ଭଳି କୂଅ ପାଖରେ ଚରୁ ଚରୁ ଏକ ବଳଦ ଗଭୀର କୂଅ ଭିତରେ ପଡିଯାଇଥିଲା । ବଳଦ ପାଣି ପିଇ ବାଡିକୁ ଚରିବାକୁ ଯିବା ବେଳେ ଗୋଡ଼ ଖସି କୂଅରେ ପଡି ଯାଇଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଖବର ପାଇ ଦମାଇଁପାଲି ପଞ୍ଚାୟତ ସରପଞ୍ଚ ତାରାକାନ୍ତୀ ତାଣ୍ଡି ଖପ୍ରାଖୋଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଦେଢ ଘଣ୍ଟା ପରିଶ୍ରମ କରି ବଳଦକୁ କୂଅ ଭିତରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।ପ୍ରାୟ ୪୦ ଫୁଟ ଗଭୀର କୂଅ ଭିତରେ ପଡିଥିଲେ ବି ବଳଦକୁ ଅକ୍ଷତ ଭାବେ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ବଳଦଟି ଏବେ ସୁସ୍ଥ ଥିବା ଜଣାପଡିଛି । ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ଚନ୍ଦ୍ର ମଣି ବାଗ, ପ୍ରେମାନନ୍ଦ ବେହେରା ସରୋଜ ସିଦ୍ଧାର ବେଲାର ସିଂ ,ପୁଟା ପ୍ରମୋଦ ସ୍ୱାଇଁ, ମୋହିତ ମୋହନ ଶବର ପ୍ରମୁଖ ପହଞ୍ଚି ବଳଦକୁ ଉଦ୍ଧାର କରିଥିଲେ । କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ସରପଞ୍ଚ ଶ୍ରୀମତୀ ତାରାକାନ୍ତୀ ତାଣ୍ଡିଙ୍କ ଏପରି ଉଦ୍ୟମ ତଥା ବିପଦର ବନ୍ଧୁ ଭଳି ସେବା ସହଯୋଗ ଉଦ୍ୟମ ଜାରି ରଖିଥିବା ହେତୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =