ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

0 55

ପୁରୀ : ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ଅବସରରେ ସମସ୍ତ ଚକ ଓ ଅଖ ସଂଯୋଗ କରାଯାଇଛି । ଭୋଇ ସେବକମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେପଟେ ତିନିରଥ ପାଇଁ ଶେଷ ହୋଇଛି ୪୨ ଚକ ନିର୍ମାଣ । ନନ୍ଦିଘୋଷ ରଥର ୧୬, ତାଳଧ୍ୱଜ ରଥର ୧୪ ଏବଂ ଦେବଦଳନ ରଥର ୧୨ ଚକ ରହିଛି । ପାଞ୍ଚ ଦଣ୍ଡାରେ ମୁହାଣ୍ଟ ଲଗାଯାଇଛି । ଆଗପଛ ନିରାଡି ସଂଯୋଗ କରାଯାଉଛି । ପାର୍ଶ୍ୱ ଦଣ୍ଡାରେ କୁଡୁକା ଓ ନିରାଡି ଲଗାଯିବା କାର୍ଯ୍ୟ ଚାଲିଛି । ଗରଗରା ଗୁଡିକରେ ବିନ୍ଧ କରାଯାଉଛି । ଚାରପରିଛା ନିର୍ମାଣ ପାଇଁ କାଠ ଚଉପଟ କରାଯାଉଛି । ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥର ପୋଲଗୟଳ କାମ ଶେଷ ହୋଇଛି । ଦେବଦଳନ ରଥର ପୋଲଗୟଳ କାମ ଅବ୍ୟାହତ ରହିଛି । ରୂପକାର ସେବକମାନେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ୱାରା କଣ୍ଟାକବ୍‌ଜା ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

20 + twenty =